ଲକ୍‌ଡାଉନ୍‌ ବେଳେ ଦୋକାନକୁ ମହଙ୍ଗା ପଡ଼ିଲା ସାମାଜିକ ଦୂରତାକୁ ଅଣଦେଖା: ଦୁଇ ଦୋକାନ ସିଲ୍‌, ବ୍ୟବସାୟୀ ଗିରଫ

Get real time updates directly on you device, subscribe now.

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୁଲିସ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଆଜି ପୁଲିସ ଜିଲ୍ଲାର ୨ଟି ଦୋକାନକୁ ସିଲ୍‌ କରିବା ସହ ଦୋକାନୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଇଛି । ସେଥିରେ ରହିଛି ଭବାନୀପାଟଣାର ଏକ ଦୋକାନ ଏବଂ କେସିଙ୍ଗାର ଆଉ ଏକ ଦୋକାନ । ଭବାନୀପାଟଣା ଦୋକାନୀଙ୍କୁ ଗିରଫ କରାଯାଇଥିବାବେଳେ କେସିଙ୍ଗା ଦୋକାନୀଙ୍କୁ ଥାନାରେ ଅଟକ ରଖାଯାଇଛି । ଦୋକାନରେ ସାମାଜିକ ଦୂରତ୍ୱ ବଜାୟ ନରହିଲେ ସମ୍ପୃକ୍ତ ଦୋକାନୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଗତକାଲି ଜିଲ୍ଲାପାଳ ଏକ ଭିଡିଓ ବାର୍ତ୍ତାରେ ସୂଚନା ଦେଇଥିଲେ ।
ଆଜିଠୁ ଏହା କଡ଼ାକଡ଼ି ଭାବେ କାର୍ୟ୍ୟକାରୀ ହୋଇଛି । ପ୍ରକାଶ ଯେ, ଆଜି ସୁଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଉଳ୍ଲଂଘନ ସମ୍ପର୍କିତ ୧୧୫ଟି ମାମଲା ପୁଲିସ ରୁଜୁ କରିବା ସହ ୧୭୮ ଜଣଙ୍କୁ ଗିରଫ କରିଛି । ୬୩ଟି ଯାନବାହନ ଜବତ କରିଛି । ଅତ୍ୟାବଶ୍ୟକ ସାମଗ୍ରୀ, ପନିପରିବା, ଫଳ ଏବଂ ଔଷଧ ଦୋକାନ ପୂର୍ବାହ୍ନ ୧୧ଟା ଯାଏ ଖୋଲା ରହିବ । ତେବେ ୪ ତାରିଖରେ କଳାହାଣ୍ଡିରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌କୁ ଅଧିକ କଡ଼ାକଡ଼ି କରାଯିବା ସହ ସତର୍କତା ଅଭିଯାନକୁ ବ୍ୟାପକ କରାଯାଇଛି । ସାମାଜିକ ଦୂରତ୍ୱ ବଜାୟ ନରହିଲେ ଏହି ଦୋକାନଗୁଡ଼ିକ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ସତର୍କ କରାଯାଇଥିଲା । ତେବେ ଆଜି ଜିଲ୍ଲାରେ ପ୍ରଥକରି ଦୁଇଟି ଖିଲାପକାରୀ ଦୋକାନୀଙ୍କ ବିରୋଧରେ ଏଭଳି କଠୋର କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons