ଭୁବନେଶ୍ବର: କରୋନା ନେଇ କ୍ରାଇମ୍ବ୍ରାଞ୍ଚ୍ ତରଫରୁ ଆଡଭାଇଜରି ଜାରି ହୋଇଛି। ଲୋକଙ୍କୁ ସଚେତନତା କରିବାକୁ କ୍ରାଇମବ୍ରାଞ୍ଚ ଆଡଭାଇଜରି ଜାରି କରିଛି। କରୋନା ସଂପର୍କରେ କୌଣସି ଭିତ୍ତିହୀନ ଓ ବିଭ୍ରାନ୍ତିକର ତଥ୍ୟ ଦେବାକୁ ମନା କରିଛି କ୍ରାଇମ୍ବ୍ରାଞ୍ଚ।
ସେହିଭଳି କରୋନାକୁ ନେଇ ଫେକ୍ ୱେବ୍ସାଇଟ୍ ଓ ଇ-ମେଲ୍ ତିଆରି ନ କରିବାକୁ କୁହାଯାଇଛି। କରୋନା ନାଁରେ ନକଲି ଟିକା ଓ ସାନିଟାଇଜର ବିକ୍ରି ନ କରିବାକୁ କୁହାଯାଇଛି। କରୋନା ସ୍ପେଶାଲ୍ ଅଫର୍ ନାଁରେ କୌଣସି ଜିନିଷକୁ ଅନ୍ଲାଇନ୍ରେ ବିକ୍ରି କରାଯାଇପାରିବ ନାହିଁ। ହ୍ବାଟ୍ସଆପ୍ ଓ ଟେଲିଗ୍ରାମ୍ରେ କରୋନା ସଂପର୍କରେ ତଥ୍ୟ ଦେବାକୁ ମନା କରାଯାଇଛି।
ବିଶ୍ବସନୀୟ ସଂସ୍ଥା ତଥା ସରକାରୀ ସ୍ତରର ନିର୍ଭୁଲ ତଥ୍ୟ ଅନୁକରଣ କରିବାକୁ କୁହାଯାଇଛି। ସାଇବର ଠକେଇରୁ ଯଥା ସମ୍ଭବ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ମିଥ୍ୟା ଖବର ଓ ଗୁଜବ ପ୍ରଚାର ଭଳି ଘଟଣାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ଆଡଭାଇଜାରି ଜାରି କରିଛି।
Comments are closed, but trackbacks and pingbacks are open.