ଘରଭଙ୍ଗା ତାଲିକା ନେଇ ଅଭିଯୋଗର ତଦନ୍ତ ହେବ ଯୋଗ୍ୟ ବ୍ୟକ୍ତି ପାଇବେ ସହାୟତା: ସୁଦାମ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ସରକାର ବେଶ୍ ସଫଳତାର ସହ ବାତ୍ୟା ‘ଫୋନି’ର ମୁକାବିଲା କରିଛନ୍ତି । ସମଗ୍ର ବିଶ୍ୱ ଏଥିପାଇଁ ଓଡ଼ିଶା ଓ ଆମ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛି । ଏପରିକି ପ୍ରଧାନମନ୍ତ୍ରୀ ମଧ୍ୟ ବିଦେଶରେ ଆମ ପ୍ରସ୍ତୁତିକୁ ପ୍ରଶଂସା କରିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର ଓ ଥଇଥାନ କାମ ତ୍ୱରିତ ଭାବେ ଚାଲିଛି । ମୁଲତବି ଆଲୋଚନାରେ ଉତ୍ତର ରଖି ଏହା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
ସେ କହିଛନ୍ତି ଘରଭଙ୍ଗା ତାଲିକା ନେଇ ସରକାରଙ୍କ ପକ୍ଷରୁ ଆପତ୍ତି ଅଭିଯୋଗ ଆହ୍ୱାନ କରାଯାଇଥିଲା । ବହୁ ସଂଖ୍ୟାରେ ଅଭିଯୋଗ ମିଳିଛି । ଏହାର ତଦନ୍ତ କରାଯିବ । ତଦନ୍ତ କରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ହିଁ ସହାୟତା ମିଳିବ ।
ନିଜ ଉତ୍ତରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କହିଛନ୍ତି, ବାତ୍ୟା ପରେ ରିଲିଫ୍ କୋଡୟ ଅନୁସାରେ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଉଛି । ନଡ଼ିଆ, ପାନ ଓ ଗୁଆ ଚାଷୀଙ୍କୁ ସହାୟତା ଦିଆଯାଇଛି । ବିଜୁଳି ଭିତ୍ତିଭୂମି ଧ୍ୱସ୍ତ ହୋଇଯାଇଥିଲେ ମଧ୍ୟ ସରକାର ତତ୍ପରତାର ସହ ସେବା ଯୋଗାଇ ଦେଇଥିଲେ । ରଥଯାତ୍ରା ପୂର୍ବରୁ ପୁରୀ ଜିଲ୍ଲାର ସବୁ ଅଞ୍ଚଳକୁ ବିଜୁଳି ସେବା ଯୋଗାଇ ଦିଆଯିବ ।
ସରକାର ବାତ୍ୟା ମୁକାବିଲା ସଫଳତାର ସହ କରିଛନ୍ତି । ୧୫ ଲକ୍ଷ ଲୋକଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବହୁ ସ୍କୁଲ ଘର ନଷ୍ଟ ହୋଇଯାଇଛି । ସ୍କୁଲଗୁଡ଼ିକର ମରାମତି କରାଯାଇଛି । ବଳକା ସ୍କୁଲର କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କ ଜୀବିବାକ ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ୍ ଘୋଷଣା କରିଛନ୍ତି । ପିଲାମାନଙ୍କର ସ୍କୁଲ ଫି ଛାଡ଼ କରାଯାଇଛି । ବହୁସଂଖ୍ୟାରେ ଗଛ ନଷ୍ଟ ହୋଇଥିବାରୁ ଉପକୂଳ ସୁରକ୍ଷା ବଳୟରେ ୨୦୦ କୋଟି ଖର୍ଚ୍ଚ କରାଯାଇ ପୁନରୁଦ୍ଧାର ଓ ବନୀକରଣ ଯୋଜନା କାର୍ଯ୍ୟକାରୀ କରାଯିବ । ବିଭିନ୍ନ ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଜିଲାପାଳମାନଙ୍କୁ ୧୪୧୮ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ବାତ୍ୟା ପରବର୍ତ୍ତୀ ରିଲିଫ ଓ ପୁନରୁଦ୍ଧାର ଓ ପୁନର୍ବାସ କାର୍ଯ୍ୟ ଯୁଦ୍ଧକାଳୀନ ଭାବେ ଜାରି ରହିଛି ବୋଲି ମନ୍ତ୍ରୀ ଗୃହକୁ ଅବଗତ କରାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons