
ଘଣ୍ଟାପଡ଼ା,(ବି.ବି.ନ୍ୟୁଜ୍): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଘଣ୍ଟାପଡ଼ା ଫାଣ୍ଡି ଅନ୍ତର୍ଗତ ଆଶ୍ରେଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ବିବାହିତ ଯୁବକ ନିଜ ସଂପର୍କିୟା ପିଉସୀକୁ ବଳାକ୍ରାର ଉଦ୍ୟମ କରି ବିଫଳ ହେବାରୁ ତଣ୍ଟିକାଟି ହତ୍ୟା କରିଛନ୍ତି । ଗୁରୁତର ଅବସ୍ଥାରେ ଯୁବତୀକୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଯୁବତୀର ମୃତ୍ୟୁ ଘଟିଛି । ହତ୍ୟା ପରେ ଅଭିଯୁକ୍ତ ଯୁବକ ଜଣକ ଫେରାର୍ ହୋଇଯାଇଛି । ପୁଲିସ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ବୋଲି କଣ୍ଟାମାଳ ଥାନା ଅଧିକାରୀ ସୁଶାନ୍ତ ସେଠୀ ସୂଚନା ଦେଇଛନ୍ତି ।
ସୂଚନାମତେ କଣ୍ଟାମାଳ ଥାନା ଖୁଣ୍ଟିଗୋରା ପଞ୍ଚାୟତ ଅଞ୍ଚଳର ଅଭିଯୁକ୍ତ ବିନୋଦ ଦୀପ(୨୨)ଙ୍କ ଘରକୁ ତାଙ୍କର ୧୭ ବର୍ଷିୟା ସମ୍ପର୍କିୟା ପିଉସୀ ଗତକାଲି ଟିଭି ଦେଖିବାକୁ ଯାଇଥିଲେ । ବିନୋଦ ସଂପୃକ୍ତ ଯୁବତୀକୁ ଦୁର୍ବ୍ୟବହାର କରିଥିଲା । ଏହାପରେ ଯୁବତୀ ଜଣକ ଘରକୁ ଚାଲିଯାଇଥିଲେ । ହେଲେ ଭୟରେ ଘଟଣା ସଂପର୍କରେ କାହାକୁ କିଛି କହିନଥିଲେ । ଏହାର ସୁଯୋଗ ନେଇ ସେହିଦିନ ରାତି ୨ଟାରେ ଅଭିଯୁକ୍ତ ବିନୋଦ ଯୁବତୀଙ୍କ ଘରକୁ ଯାଇ ତାଙ୍କୁ ବଳାକ୍ରାର ଉଦ୍ୟମ କରିଥିଲା । ଯୁବତୀ ଜଣକ ପ୍ରତିବାଦ କରିବାରୁ ଅଭିଯୁକ୍ତ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକ କାଟି ଫେରାର୍ ହୋଇଯାଇଥିଲା । ଯୁବତୀଙ୍କ ଚିକ୍ରାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ତାକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ଖବର ପାଇ ସାଇଣ୍ଟିଫିକ୍ ଟିମ୍ ସୋନପୁର ଯାଇ ତଦନ୍ତ କରିଛି । କଣ୍ଟାମାଳ ଥାନା ଅଧିକାରୀ ଆଇଆଇସି ସୁଶାନ୍ତ ସେଠୀ, ଘଣ୍ଟାପଡ଼ା ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଦୋଳଗୋବିନ୍ଦ ଗଣ୍ଡା, ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ । ପ୍ରକାଶ ଯେ ଅଭିଯୁକ୍ତ ବିନୋଦ ବିବାହ ହୋଇ ଅଢ଼େଇ ମାସ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ୩ ଦିନ ହେବ ବାପ ଘରକୁ ଯାଇଛନ୍ତି ।
Comments are closed, but trackbacks and pingbacks are open.