ଲକଡାଉନ୍‌ ସମୟରେ ଚୋରା ମଦ ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଅବକାରୀ ବିଭାଗ

Get real time updates directly on you device, subscribe now.

ଭଦ୍ରକ: ଲକଡାଉନ୍‌ ସମୟରେ ଚୋରା ମଦ ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଅବକାରୀ ବିଭାଗ। ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଦ ଜବତ ବେଳେ ବହୁ ବେପାରୀ ଗିରଫ ହୋଇଥିବା ବେଳେ ଏବେ ଜଣେ ନାୟବ ସରପଞ୍ଚଙ୍କୁ ଗିରଫ କରିଛି ଭଦ୍ରକ ଅବକାରୀ ବିଭାଗ। ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଗ୍ରାମାଞ୍ଚଳ ଥାନଓ ଅନ୍ତର୍ଗତ ନଛିପୁର ଗ୍ରାମ ଅଂଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ନଛିପୁର ଗ୍ରାମରୁ ୪୦ ଲିଟର ଚୋରଓ ଦେଶୀ ରନ୍ଧା ମଦ ଜବତ ହୋଇଛି।
ଅବକାରୀ ବିଭାଗର ସୂଚନା ଅନୁଯାୟୀ ମଦର ଆନୁମାନିକ ମୂଲ୍ୟ ୬ ହଜାର ଟଙ୍କଓ ହେବ ବୋଲି ଜଣାପଡିଛି। ଘଟଣାସ୍ଥଳରୁ ନଛିପୁର ଗ୍ରାମର ବବୃ ବାହନ ବେହେରାକୁ ଗିରଫ କରାଯାଇଛି। ଗିରଫ ଆସାମୀ ଜଣକ ବଣିଆ ଗ୍ରାମପଞ୍ଚାୟତର ନଏବ ସରପଞ୍ଚ ବୋଲି ଜଣାପଡିଛି। ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ବର ବରାଡ଼ଙ୍କ ନେତୃତ୍ବ ଏକ ସ୍ବିତନ୍ତ୍ର ଦଳ ଚଢ଼ାଉ କରିଥିଲେ କ୍ଷ ସେହି ପରି ଗ୍ରାମାଞ୍ଚଳ ଥାନା ବଗମରା ଅଞ୍ଚଳରୁ ୨୦ ଲିଟର ଦେଶୀ ମଦ ସହ ଜଣେ ଗିରଫ ହୋଇଛନ୍ତି । ଗିରଫ ଜଣଙ୍କ ବୁଲୁ ପାତ୍ର ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons