ଶେରଗଡ଼, (ବି.ବି.ନୁ୍ୟଜ୍): ଗୁରୁବାର ବିଳମ୍ବିତ ସନ୍ଧ୍ୟାରେ ଶେରଗଡ଼ ବ୍ଲକ୍ ପୁନାନ୍ଦ ଗ୍ରାମର କୋବି କିଆରିରେ ଜଣେ ଯୁବକଙ୍କ ସନେ୍ଦହଜନକ ମୃତୁ୍ୟ ଘଟିଛି । ମୃତକ ହେଲେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡ଼ା ଗ୍ରାମର ସୁଦାମ ଖଟେଇଙ୍କ ପୁଅ ବୁଲୁ ଖଟେଇ (୩୨) । ସେ ନିକଟସ୍ଥ ପୁନାନ୍ଦ ଗ୍ରାମରେ ଥିବା ଜମିରେ କୋବି ଚାଷ କରିଥିଲେ । ବୁଲୁ ଗୁରୁବାର ସନ୍ଧ୍ୟାରେ କିଆରିକୁ କୋବି ତୋଳିବା ଲାଗି ଯାଇଥିଲେ । ବହୁତ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରି ମଧ୍ୟ ପାଇନଥିଲେ । ଶୁକ୍ରବାର ସକାଳେ ସୁଦାମ ଖଟେଇ ପୁନାନ୍ଦ ଗ୍ରାମରେ ଥିବା କୋବି ବାଡ଼କୁ ଯିବା ବେଳେ ପୁଅ ବୁଲୁ ମରିପଡ଼ିଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡ଼ା ଓ ଶେରଗଡ଼ ଥାନାଧିକାରୀ ରମେଶ ଚନ୍ଦ୍ର ଦାଶ ଶବ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଆସିକା ପଠାଇଥିଲେ । ଶେରଗଡ଼ ଥାନାରେ ଅପମୃତୁ୍ୟ ମାମଲା ୦୧/୨୦୨୦ ରୁଜୁ କରାଯାଇଛି । ଉକ୍ତ ଅଞ୍ଚଳରେ ବଜ୍ରପାତ ଘଟିଥିବା ବେଳେ ସେଥି ଯୋଗୁଁ ଏଭଳି ହୋଇଛି କିମ୍ବା ସନେ୍ଦହଜନକ ମୃତୁ୍ୟ ପଛରେ ଆଉ କିଛି କାରଣ ରହିଛି ତାହା ଜଣାପଡ଼ିନି । ଘଟଣା ଲେଖା ହେବା ବେଳକୁ ମୃତୁ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ପର୍ଦ୍ଧାଫାସ ହେବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.