ସରକାରୀ ପାସ୍ ଗାଡ଼ିରେ ବିବାହ କାର୍ଯ୍ୟ: ଡ୍ରାଇଭର ଗିରଫ

Get real time updates directly on you device, subscribe now.

ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ଅଞ୍ଚଳରେ ସରକାରୀ ପାସ୍ ଗାଡ଼ିକୁ ବିବାହ କାର୍ଯ୍ୟରେ ବ୍ୟବହାର ଅଭିଯୋଗରେ ପୁଲିସ ଗାଡ଼ି ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ବୋଲେରୋ (ଓଡି ୨୭-ଏ ୯୩୩୩)ର ଡ୍ରାଇଭର ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଟୁଲୁବା ଗାଁର ରାଜୀବ କେରକେଟା । ଗାଡ଼ିଟି ସୁନ୍ଦରଗଡ଼ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବୋଲି ସୂଚନା ମିଳିଛି । ବୋଲେରୋଟି ଆଜି ଅନୁଗୁଳ ଜିଲ୍ଲା କିଆକଟା ପଟୁ ବୌଦ୍ଧକୁ ଆସୁଥିବା ସମୟରେ ବ୍ରିଜ ଛକଠାରେ ପୁଲିସ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲା । ଗାଡ଼ିଟି ବିବାହ କାର୍ଯ୍ୟ ପାଇଁ ଭଡ଼ାରେ ନିଆଯାଇଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା । ଉକ୍ତ ସମୟରେ ଗାଡ଼ିରେ ୫ ଜଣ ବସିଥିଲେ । ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା କୁରକୁଲା ଗାଁର ୩ ଜଣ ଥିବା ବେଳେ ବୌଦ୍ଧଜିଲ୍ଲା ଟୁଟୁସିଙ୍ଗା ଗାଁର ଜଣେ ଥିଲେ । ଗାଡ଼ିଟି ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ କୋଭିଡ-୧୯ ପାଇଁ ଲାଗିଥିଲା । ଗତ ୧୭ ଓ ୧୮ ତାରିଖ ବୌଦ୍ଧରୁ ଭୁବନେଶ୍ୱରକୁ ସ୍ୱାବ ପରୀକ୍ଷା ପାଇଁ ନେବା ଆଣିବା ପାଇଁ ପାସ୍ ଦିଆଯାଇଥିଲା । ପାସ୍ଟିର ସମୟ ଅବଧି ଶେଷ ହୋଇଯାଇଥିବା ବେଳେ ସେହି ପାସ୍ରେ ବୋଲେରୋଟି ଭଡ଼ାରେ ଜିଲ୍ଲା ବାହାରକୁ ଯାଇଥିଲା । ଏନେଇ ଗାଡ଼ିର ମାଲିକ ସୁନ୍ଦରଗଡ଼ ଜିଲ୍ଲା ସିକାଜୋର ଗ୍ରାମର ସେପ୍ରିନ ଲାକ୍ରାକୁ ପୁଲିସ ପଚାରିବାରୁ ଗାଡ଼ିର ସମସ୍ତ ଦାୟିତ୍ୱ ଡ୍ରାଇଭର ବୁଝୁଥିଲା ଏବଂ ସେ ଏ ବିଷୟରେ ଜାଣି ନଥିବା କହିଥିଲେ । ଫଳରେ ପୁଲିସ ଡ୍ରାଇଭର ରାଜୀବକୁ ଗିରଫ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons