ଦେବଗଡ଼: କରୋନା ସଂପର୍କୀତ ଗୁଜବ ସୃଷ୍ଟି କରି ଜଣେ ଯୁବକ ଗିରଫ। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି ଭଳି ସଙ୍କଟ ସମୟରେ ଏହି ବ୍ୟକ୍ତି ସୋସିଆଲ ମିଡିଆରେ ଗୁଜବ ସୃଷ୍ଟି କରିବାରେ ବ୍ୟସ୍ତ ଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ପୋଲିସ୍ ଜଣେ ଯୁବକଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ୍।ଏହି ବ୍ୟକ୍ତି ନିଜ ଫେସ୍ବୁକ ଆକାଉଣ୍ଟରେ ଦେବଗଡ଼ ଜିଲ୍ଳା କଳାମାଟି ଗ୍ରାମର ଜଣେ କରୋନା ଆକ୍ରାନ୍ତ ଅଛନ୍ତି ବୋଲି ପୋଷ୍ଟ କରିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଖେଳିଯିବା ପରେ ସ୍ଥାନୀୟ ଲୋକେ ଭୟଭୀତ ହୋଇ ଯାଇଥିଲେ।ଏହା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଦେବଗଡ଼ ଏସ୍ପି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସ୍ଥାନୀୟ ପୋଲିସ୍ ବାଦଲ ଥାପାଙ୍କୁ ଗିରଫ କରିଛି ପୋଲିସ।
Comments are closed, but trackbacks and pingbacks are open.