ଲକ୍ଡାଉନ୍ ସମୟରେ ୪ଲକ୍ଷ ଟଙ୍କାର ଗୁଟ୍ଖା ଜବତ

Get real time updates directly on you device, subscribe now.

ଉମରକୋଟ,(ବି.ବି.ନୁ୍ୟଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଏକ ଦୋକାନ ଓ ଗୋଦାମ ଉପରେ ଚଢ଼ଉ କରି ପୋଲିସ ବିପୁଳ ପରିମାଣର ଗୁଟଖା ଜବତ କରିଛି । ଜବତ ହୋଇଥିବା ଗୁଟଖାର ବଜାର ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଗତକାଲି ନବରଙ୍ଗପୁର ଏସ୍ପି ନିତିନ କୁମାରଙ୍କ ନିଦେ୍ର୍ଧଶ କ୍ରମେ ଡିଏସ୍ପି ଗୋବିନ୍ଦ ଚନ୍ଦ୍ର ବୁରୁଦା ଏବଂ ପିୟୁସ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଉମରକୋଟ ସହରର ଜଣେ ବ୍ୟବସାୟୀଙ୍କ ଦୋକାନ ଓ ତାଙ୍କ ଗୋଦାମ ଉପରେ ଚଢ଼ଉ କରିଥିଲା । ସେଠାରୁ ବିପୁଳ ପରିମାଣର ଗୁଟ୍ଖା ଜବତ କରି ପୋଲିସ ଦୋକାନ ମାଲିକଙ୍କୁ ଅଟକ ରଖିଥିଲା । ତେବେ ଦୋକାନ ମାଲିକ ୮ ଲକ୍ଷ, ୨୭ ହଜାର ୨୦୦ ଟଙ୍କା ଜରିମାନ ଦେବା ପରେ ତାଙ୍କୁ ଛାଡ଼ି ଦିଆଯିବା ଉମରକୋଟ ଥାନା ଆଇଆଇସି ଉମେଶ କୁମାର ସାହୁ ସୂଚନା ଦେଇଛନ୍ତି । ଳକ୍ଡାଉନ୍ ଯୋଗୁ ସମସ୍ତ ପାନ ଓ ଗୁଟଖା ଦୋକାନ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଏତେ ପରିମାଣର ଗୁଟଖା ଗୋଟିଏ ଦୋକାନରୁ ଜବତ ହେବା ଘଟଣା ସହରରେ ଚହଳ ସୃଷ୍ଟି କରିଛି । ନବରଙ୍ଗପୁର ଏସପିଙ୍କ ଏଭଳି ପଦକ୍ଷେପକୁ ଅଞ୍ଚଳବାସୀ ସ୍ୱାଗତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons