କଟକ,(ବି.ବି.ନୁ୍ୟଜ୍): ଓଡ଼ିଶା ଫେରିବା ପୂର୍ବରୁ ପ୍ରବାସୀଙ୍କ କରୋନା ଟେଷ୍ଟ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ । ଗୁରୁବାର ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିଦେ୍ର୍ଧଶ ଦେଇଛନ୍ତି । ରାଜ୍ୟକୁ ଫେରିବା ପୂର୍ବରୁ ପ୍ରଥମେ ଟେଷ୍ଟ କରିବା ପାଇଁ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ସଂପୃକ୍ତ ରାଜ୍ୟରେ ପ୍ରଥମେ ଆରଟି-ପିସିଆର ଟେଷ୍ଟ କରିବାକୁ ପଢ଼ିବ । ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ହିଁ ପ୍ରବେଶ ଅନୁମତି ମିଳିପାରିବ ବୋଲି ନିଦେ୍ର୍ଧଶ ଦେଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ, ଓଡ଼ିଶାରେ କରୋନା ନିୟନ୍ତ୍ରଣରେ ଥିବା ବେଳେ ପଶ୍ଚିମବଙ୍ଗ ଫେରନ୍ତା ଏବଂ ପରେ ସୁରଟ ଫେରନ୍ତାଙ୍କ ଯୋଗୁ ଏହି ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଆହୁରି ଲକ୍ଷାଧିକ ପ୍ରବାସୀ ରାଜ୍ୟକୁ ଫେରିବାକୁ ଥିବାରୁ ସେମାନଙ୍କୁ ନିୟନ୍ତ୍ରଣ କରିବା ସହ ସକ୍ରମଣ ରୋକିବା ସରକାରଙ୍କ ସମ୍ମୁଖରେ ଏକ ବଡ଼ ଚାଲେଞ୍ଜ ଭାବେ ଦେଖାଦେଇଚି । ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଧଶ ଦେଇଛନ୍ତି ।
Comments are closed, but trackbacks and pingbacks are open.