କ୍ୱାରେଣ୍ଟାଇନ୍ ସେଣ୍ଟରରେ ଟଳି ପଡ଼ିଲେ ଯୁବକ

Get real time updates directly on you device, subscribe now.

ସୁବର୍ଣ୍ଣପୁର,(ବି.ବି.ନୁ୍ୟଜ୍): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଂଘିଯୁବା କ୍ୱାରେଣ୍ଟାଇନ୍ ସେଣ୍ଟର ପରିସରରେ ଶନିବାର ଭୋରରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । ମୃତକଙ୍କ ନାଁ ଗୋକୁଳ ସେଠ୍ । ତାଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାର କୋହିଦପୁର ଗାଁରେ । ଗୋକୁଳ ଶନିବାର ସକାଳେ ଶୌଚାଳୟକୁ ଯାଇଥିବା ବେଳେ ସେଠାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତୁ୍ୟ ଘଟିଥିଲା । ଗୋକୁଳ ଦୀର୍ଘଦିନ ହେବ ସିଂଘିଯୁବା ଅଞ୍ଚଳରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ହେଲେ ଲକ୍ଡାଉନ୍ ହେତୁ ନିଜ ଘରକୁ ଫେରି ନ ପାରି ସିଂଘିଯୁବା ବିଦ୍ୟାଳୟର ପୁରୁଣା ବିଲ୍ଡିଂରେ ୮ ଜଣ ଯୁବକଙ୍କ ସହିତ ରହୁଥିଲେ । ଖବର ପାଇ ସୁବର୍ଣ୍ଣପୁର ଉପଜିଲ୍ଲାପାଳ, ପୋଲିସ ଓ ମେଡିକାଲ ଟିମ୍ ସହ ପହଞ୍ଚି ଘଟଣାର ଯାଞ୍ଚ କରିଥିବା ଜଣାଯାଇଛି । ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବିନିକା ପଠାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons