୩ଘଣ୍ଟାରେ ବୁକିଂ ହେଲା ୫୪ ହଜାର ରିଜରଭେସନ୍ ଟିକେଟ

Get real time updates directly on you device, subscribe now.

ନୂୀଆଦିଲ୍ଲୀ:ମଙ୍ଗଳବାର ପାଖରୁ ଦେଶରେ ରେଳ ସେବା ଆରମ୍ଭ ହେବ । ସୋମବାର ଅପରାହ୍ନରୁ ଟିକେଟ ବୁକି ଆରମ୍ଭ ହୋଇଛି । ଟିକେଟ ରିଜଭେସନ୍ ପାଇଁ ଆଇଆରସିଟି ୱେବ୍ସାଇଟ୍ ଖୋଲିବାର ତିନି ଘଣ୍ଟା ମଧ୍ୟରେ ୫୪ ହଜାର ଟିକେଟ ବିକ୍ରି ହୋଇଛି । ଏହି ସମସ୍ତ ଟିକେଟ ସଂରକ୍ଷିତ ବା ରିଜଭେସନ୍ । ଅପରାହ୍ନ ୪ଟାରେ ପ୍ରଥମେ ସାଇଟ୍ ଖାଲିଥିଲା । ହେଲେ କ୍ରାଶ୍ ହୋଇଯାଇଥିଲା । ପରେ ସନ୍ଧ୍ୟା ୬ଟାରୁ ବୁକି ସେବା ଆରମ୍ଭ ହୋଇଥିଲା । ରାତି ୯ଟା ୧୫ ସୁଦ୍ଧା ପ୍ରାୟ ୩୦,୦୦୦ ପିଏନଆର ରହିଥିବା ବେଳେ ୫୪,୦୦୦ ରୁ ଅଧିକ ଯାତ୍ରୀ ରିଜରଭେସନ କରିଛନ୍ତି ବୋଲି ରେଳ ବିଭାଗ କହିଛି । ରିଜରଭେସନ ସୁବିଧା କେବଳ ଆଇଆରସିଟି ୱେବ୍ସାଇଟ୍ରେ ଉପଲବ୍ଧ ହେବ । ଟିକେଟ କାଉଣ୍ଟରରେ ଟିକେଟ ମିଳିବନି ବୋଲି ରେଳ ବିଭାଗ କହିଛି । ନୂଆଦିଲ୍ଲୀ ଷ୍ଟେସନରୁ ଦିବ୍ରୁଗଡ଼, ଅଗରତାଲା, ହାୱାଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଥିରୁଅନନ୍ତପୁରମ୍, ମାଡ଼ଗାଓଁ, ମୁମ୍ବାଇ ସେଣ୍ଟ୍ରାଲ , ଅହମ୍ବଦାବାଦ ଏବଂ ଜମ୍ମୁକୁ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ସୂଚନା ରହିଛି । ମୋଟ ୧୫ ଯୋଡ଼ା ୩୦ଟି ଟ୍ରେନ୍ ଅପ୍ ଆଣ୍ଡ ଡାଉନ୍ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons