ଆବୁଧାବିରେ କେନ୍ଦ୍ରାପଡ଼ାର ‘କରୋନା’ ଆକ୍ରାନ୍ତଙ୍କ ମୃତୁ୍ୟ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କରୋନାରେ କେନ୍ଦ୍ରାପଡ଼ାର ଆଉ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତ ଯୁବକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପ;ାମୁଣ୍ଡାଇ ବ୍ଲକ ଅଧୀନ ଚନ୍ଦନନଗର ପଞ୍ଚାୟତ ଗୁପ୍ତିରା ଗ୍ରାମର ମହେନ୍ଦ୍ର କୁମାର ନାଥ(୩୬) । ସେ ଆବୁଧାବିରେ ଏକ କନ୍ଷ୍ଟକ୍ସନ କମ୍ପାନିରେ ଚାକିିରି କରିଥିଲେ । ତାଙ୍କ ପରିବାର ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ମହେନ୍ଦ୍ରଙ୍କୁ ୨୫ ଦିନ ତଳେ କାଶ, ଛିଙ୍କ ଓ ଜ୍ୱର ଆରମ୍ଭ ହୋଇଥିଲା । ତାଙ୍କୁ ସ୍ଥାନୀୟ ଏକ ଅଲ ୍ ଇନ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ପରୀକ୍ଷାରୁ ତାଙ୍କଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତ ୮ ତାରିଖ ଦିନ ତାଙ୍କର ମୃତୁ୍ୟ ଘଟିଛି । ମର ଶରୀରକୁ ସେଠାରେ ପୋତି ଦିଆଯାଇଥିଲା । ଆଜି ଏ ସମ୍ପର୍କିତ ଖବର କେନ୍ଦ୍ରାପଡ଼ା ଜିଲ୍ଲା ଶ୍ରମ ବିଭାଗକୁ ଆସିଛି । ସୂଚନା ଥାଉକି ଗତ କିଛି ଦିନ ତଳେ ପ;ାମୁଣ୍ଡାଇ ସହର ଜଣେ ଯୁବକ ଦୁବାଇରେ ପାଣି ପାଇପ୍ କାମ କରୁଥିବା ବେଳେ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ବିଦେଶରେ କେନ୍ଦ୍ରପଡ଼ାର ଅଞ୍ଚଳର ଏହା ଦ୍ୱିତୀୟ ମୃତୁ୍ୟ ବୋଲି କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons