୧୭ ପର୍ଯ୍ୟନ୍ତ ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍ ସମସ୍ତ ପ୍ରଥମ ଶ୍ରେଣୀ ଟିକେଟ୍ ବୁକିଂ ଶେଷ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଥିବା ବେଳେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ପ୍ରଥମ ଶ୍ରେଣୀ ଟିକେଟ୍ ବୁକିଂ ସରିଯାଇଛି । ସେହିପରି ୧୩ ତାରିଖ ପାଇଁ ମାତ୍ର ୧ ଘଣ୍ଟାରୁ କମ ସମୟ ମଧ୍ୟରେ ସମସ୍ତ ଟିକେଟ୍ ବିକ୍ରି ସରିଥିଲା । ପରେ ସେଥି ମଧ୍ୟରୁ ତୃତୀୟ ଶ୍ରେଣୀର ୩ଟି ଟିକେଟ୍ ବାତିଲ ହୋଇଥିଲା ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିପରି ୧୪ ତାରିଖ ପାଇଁ ତୃତୀୟ ଶ୍ରେଣୀ ଏସି କୋଚ୍ରେ ମାତ୍ର ୪୭ଟି ସିଟ୍ ଥିବା ବେଳେ ଦ୍ୱିତୀୟ ଶ୍ରେଣୀ ଏସି କୋଚ୍ରେ ୯ଟି ସିଟ୍ ରହିଛି । ଏହି ଟ୍ରେନ୍ରେ ମୋଟ ୯୧୬ଟି ସିଟ୍ ଥିବା ବେଳେ ପ୍ରଥମ ଶ୍ରେଣୀ ଏସିରେ ୨୪ଟି, ଦ୍ୱିତୀୟ ଶ୍ରେଣୀ ଏସିରେ ୧୦୪ଟି ଓ ତୃତୀୟ ଶ୍ରେଣୀ ଏସିରେ ୭୯୨ଟି ସିଟ ରହିଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons