ବଡ଼ବିଲ: ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ହତ୍ୟା କରାଯାଇଛି। ମିଳିଥିବା ସୂଚନା ମୁତାବକ, ବଳିତା ଜଙ୍ଗଲରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ହତ୍ୟା ଘଟଣାରେ ସମ୍ପର୍କୀୟ ପୁତୁରା ବୋହୁକୁ କରିଛି ବଡ଼ବିଲ ପୋଲିସ। ହତ୍ୟାରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରିଛି ପୋଲିସ୍। ଗତ ଶନିବାର ଲହଣ୍ଡା ମୁଣ୍ଡା ସାହିର ବୁଦୁନି ମୁଣ୍ଡାଙ୍କୁ କଟୁରୀରେ ହାଣିବା ପରେ ନିଆଁରେ ପୋଡ଼ି ଦେଇଥିବା ସ୍ୱୀକାର କରିଛି ଅଭିଯୁକ୍ତ ବୋହୁ। ଏହି ହତ୍ୟା ଘଟଣାରେ ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କ ସନ୍ଧାନ କରୁଛି ପୋଲିସ୍। କରୋନାର ତାଣ୍ଡବ ରାଜ୍ୟରେ ଥମି ନଥିବା ବେଳେ ଜଙ୍ଗଲରେ ବୃଦ୍ଧାଙ୍କୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।
Comments are closed, but trackbacks and pingbacks are open.