ଆରପାରିରେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ୍): ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଗୁରୁବାର ୯୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବୋଲି ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ୧୯୨୨ ମସିହା ମାର୍ଚ୍ଚ ୧୧ ତାରିଖରେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅଣ୍ଡିଆ ଗାଁରେ ଜନ୍ମ ହୋଇଥିବା ପଦ୍ମଶ୍ରୀ ପଟ୍ଟନାୟକ ତିନି ତିନି ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମରେ ବିଶେଷ ଅବଦାନ ପାଇଁ କେନ୍ଦ୍ର ସରକାର ୨୦୧୮ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । ୧୯୬୧, ୧୯୬୬ ଓ ୧୯୭୮ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ ମୃତୁ୍ୟ ପର୍ଯ୍ୟନ୍ତ ରାଜ୍ୟର ସାମାଜିକ ଜନଜୀବନ ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ । ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିÂିତ କଳିଙ୍ଗ ଟ୍ରଷ୍ଟର ସଭାପତି ଭାବେ ଦାୟିତ୍ୱ ତୁଲାଇଥିବା ପଦ୍ମଶ୍ରୀ ପଟ୍ଟନାୟକ ରାଜ୍ୟର ବହୁ ସାଂସ୍କୃତିକ , ସାମାଜିକ ଓ ସ୍ୱେଚ୍ଛାସେବୀ ସଂଗଠନ ସହ ଜଡ଼ିତ ଥିଲେ । ବିଜୁବାବୁଙ୍କର ଜଣେ ଘନିÂ ସହଯୋଗୀ ଭାବେ ଗଣାଯାଉଥିବା ଭବାନୀବାବୁ ବହୁ ସଙ୍କଟଜନକ ପରିସ୍ଥିତିରେ କକ୍ରାଇସିସ୍ ମ୍ୟାନେଜର ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିଭାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons