ବାଲେଶ୍ବର: ଲକ୍ଡାଉନ୍ରେ ଅବାଧରେ ଚାଲିଛି ପଶୁ ଶିକାର। ବାଲେଶ୍ୱର ଜିଲ୍ଲା ନୀଳଗିରି ଅନ୍ତର୍ଗତ କୂଳଡିହା ଅଭୟାରଣ୍ୟରେ ଶିକାର କରିବାକୁ ଯାଇଥିବା ଜଣେ ଶିକାରୀକୁ ବନ ବିଭାଗ ଗିରଫ କରିଛି। ଗିରଫ ଶିକାରୀ ହେଲେ କଦମଶୂଳ ଗ୍ରାମର ରାଧୁ ସିଂ। ରାଧୁ ନିକଟରୁ ଦୁଇଟି ବନ୍ଧୁକ ଜବତ ହୋଇଛି। ଖାନ ତଲାସ ବେଳେ ଶିକାରୀ ରାଧୁ ନିକଟରୁ ମୃତ ଝିଙ୍କ ଉଦ୍ଧାର ହୋଇଛି। ଏ ନେଇ ବନ ଅଧିକାରୀମାନେ ଅଧିକ ତଦନ୍ତ ଜାରୀ ରଖିଛନ୍ତି।


Comments are closed, but trackbacks and pingbacks are open.