ଗାଁରେ ପଶିଲେ ହାତୀପଲ, ଲୋକେ ଭୟଭୀତ

Get real time updates directly on you device, subscribe now.

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଥମିବାରେ ନାଁ ଧରୁନି । ହାତୀ ପଲ ଏକ ମାସରୁ ଅଧିକ ହେବ ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମୁକୁନ୍ଦପୁର ଗାଁରେ ପଶି ଯାଇଥିଲେ ୨୨ ଟିକିଆ ହାତୀପଲ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଥିଲେ । ହାତୀ ପଲରେ ୬ ଦନ୍ତା ୫ ଛୁଆ ୧୧ ମାଈ ହାତୀ ଅଛନ୍ତି । ହାତୀପଲ ଏବେ ମୁକୁନ୍ଦପୁର ଜଙ୍ଗଲରେ ଥିବା ଜଣା ପଡ଼ିଛି । ବନବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିବା ସହ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା ଜାରି ରଖିଥିବା କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons