ନବୀନ ନିବାସରେ ବିଜେଡି ବିଧାୟକଙ୍କ ବୈଠକ

Get real time updates directly on you device, subscribe now.

ଭୁବନେଶ୍ବର : ବିଧାନସଭା ପ୍ରଥମ ପର‌୍ୟ୍ୟାୟ ଅଧିବେଶନ ଶେଷ ହେବା ପରେ ଆଜି ବିଧାୟକଙ୍କ ବୈଠକ ଡାକିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୂର୍ବାହ୍ନ ୯ଟା ୪୫ମିନିଟ୍ ରେ ନୂଆ ବିଧାୟକମାନେ ନବୀନ ନିବାସରେ ପହଞ୍ଚିବା ପରେ ବୈଠକ ଆରମ୍ଭ ହେବ । ଦଳର ସାଙ୍ଗଠନିକ ସ୍ଥିତି କିପରି ଆହୁରି ସୁଦୃଢ କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ ।
ଏହାସହ ଦଳର ବିଭିନ୍ନ ସଙ୍ଗଠନ ଯେମିତିକି ଯୁବ, ଛାତ୍ର ଓ ମହିଳା ବିଜେଡିର ନେତୃତ୍ବ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । କିଛି ବିଧାୟକଙ୍କୁ ନୂଆ ଦାୟିତ୍ବ ଦେଇପାରନ୍ତି ନବୀନ । ପରେ ପାଟକୁରା ନିର୍ବାଚନ ନେଇ ମଧ୍ୟ ବୈଠକରେ ଆଲୋଚନା କରିପାରନ୍ତି ନବୀନ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons