
ନୂଆଦିଲ୍ଲୀ : ଜାତୀୟ କଂଗ୍ରେସ ସଭାପତି ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ବୁଧବାର ସ୍ପଷ୍ଟ ହୋଇଯାଇଛି। ତାଙ୍କ ଇସ୍ତଫା ପତ୍ରର ନକଲ ଗଣମାଧ୍ୟମ ସମ୍ମୁଖକୁ ଆସିଛି। ଗତ ସାଧାରଣ ନିର୍ବାଚନରେ ଦଳର ସୋଚନୀୟ ପରାଜୟ ପରେ ରାହୁଲ ଏଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଯେଉଁଥିରେ ସେ ଦଳର ପରାଜୟ ପାଇଁ ନିଜକୁ ଦାୟି କରିଥିଲେ। ତେବେ ବୁଧବାର ରାହୁଲ ଗଣମାଧ୍ୟମ ସହ ଏକ ସାକ୍ଷାତକାରରେ ଆଉ ବିଳମ୍ବ ନ କରି କଂଗ୍ରେସ କାର୍ୟ୍ୟକାରିଣୀ (ସିଡବ୍ଲୁସି) ବୈଠକ ଆହ୍ୱନ କରବା ସହ ଦଳ ଏବେ ନିଜର ନୂଆ ସଭାପତିଙ୍କୁ ଚୟନ କରିବା ଦରକାର ବୋଲି କହିଛନ୍ତି। ତେବେ ସଭାପତି ଭାବେ ରାହୁଲଙ୍କ ଇସ୍ତଫା ସ୍ପଷ୍ଟ ହୋଇଯାଇଥିବା ବେଳେ ଦଳମୋତିଲାଲ ଭୋରାଙ୍କୁ କାମଚଳା ଅଧ୍ୟକ୍ଷ ନିଯୁକ୍ତ କରିଥିବା ଜଣାପଡିଛି।
ନିକଟରେ ଦେଶର କଂଗ୍ରେସ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ରାହୁଲଙ୍କୁ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବା ନିମନ୍ତେ ଚାପପକା ଯାଇଥିଲା। ତେବେ ଏଥିରେ ରାହୁଲ ପ୍ରଭାବିତ ହୋଇନଥିଲେ। ଗାନ୍ଧି ପରିବାର ବାହାରୁ ଦଳର କୌଣସି ଦିଗ୍ଗଜ ନେତାଙ୍କୁ ଦଳର ସଭାପତି କରିବା ପାଇଁ ରାହୁଲ କହିଥିଲେ। ୧୨ ତୋଗଲକ ଲେନ୍ ସ୍ଥିତି କଂଗ୍ରେସ ସଭାପତିଙ୍କ ନିବାସରେ ଦୀର୍ଘ ୨ ଘଣ୍ଟା ଧରି ଚାଲିଥିବା ବୈଠକ ଶେଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ସେମାନଙ୍କ ପଦରୁ ଇସ୍ତଫା ଦେବାକୁମଧ୍ୟ ଧମକ ଦେଇଥିଲେ। ହେଲେ ରାହୁଲଙ୍କ ଉପରେ ଏହାରପ୍ରଭାବ ପଡିନଥିଲା।
Comments are closed, but trackbacks and pingbacks are open.