ପୃଥକ ଦୁର୍ଘଟଣାରେ ୩ ଗୁରୁତର

Get real time updates directly on you device, subscribe now.

ବେତନଟୀ,(ବି.ବି.ନୁ୍ୟଜ୍): ରବିବାର ବେତନଟୀ ବ୍ଲକର ଦୁଇଟି ପୃଥକ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୩ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରଥମ ଦୁର୍ଘଟଣାଟି ମୟୂରଭଞ୍ଜ-ବାଲେଶ୍ୱର ସୀମାନ୍ତ ସୁଆଗି ନାଳ ଉପରେ ମଧ୍ୟାହ୍ନ ୧୨ଟାରେ ଘଟିଥିଲା । ବାଲେଶ୍ୱରରୁ ପରିବାନେଇ ଫେରୁଥିବା ବେଳେ କୈାଣସି କାରଣରୁ ଭାରସାମ୍ୟ ହରାଇ ପୋଲ ଉପରୁ ପାଣିକୁ ଖସିପଡିଥିଲା ମାଲବୋଝେଇ ଅଟୋ(ଓଡି-୦୧ଏଚ୩୭୪୭) । ତେବେ ଏହି ଦୁର୍ଘଟଣାରେ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଅଧିକାଂଶ ପରିବା ପାଣିର ପ୍ରଖର ସୁଅରେ ଭାସି ଯାଇଥିଲା । ଦୁର୍ଘଟଣାଗ୍ରସ୍ତ ପରିବା ବୋଝେଇ ଅଟୋ ଭଗୀରଥ ମହାନ୍ତି ନାମରେ ପଞ୍ଜୀକୃତ ରହିଛି । ଅଳ୍ପକିଛି ପନିପରିବା ଭର୍ତ୍ତି ବାସ୍କେଟ ଉଦ୍ଧାର କରିବାରେ ବ୍ୟବସାୟୀ ସକ୍ଷମ ହୋଇଥିଲେ ।
ଅନୁରୂପ ଭାବେ ୧୮ନଂ ଜାତୀୟରାଜପଥ ବଗଲପୁର ନିକଟରେ ବାଲେଶ୍ୱର ଅଭିମୁଖେ ଦୃତଗତିରେ ଯାଉଥିବା ଏକ କାର(ଓଡି-୦୧ଏନ-୬୮୩୫) ହଠାତ୍ ଡିଭାଇଡର ଉପରକୁ ଉଠିଯାଇ ଅପର ପାଶ୍ୱର୍ରେ ଓଲଟି ପଡିଥିଲ । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀ ସଙ୍ଗେସଙ୍ଗେ ଗାଡିକୁ ଟେକି ଦୁଇ ଯୁବକ ଯୁବତୀଙ୍କୁ ଉଦ୍ଧାରକରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଗୁରୁତର ଯୁବକ ବାଲେଶ୍ୱର ଜିଲ୍ଲା ରୂପସା ଥାନା କୁରାଢିଆ ଗ୍ରାମର ଭୀମ ଗୋଚ୍ଛାୟତଙ୍କ ପୁଅ ସିପୁ ଓରଫ ଚନ୍ଦନ(୨୮) । ଯୁବତୀ ଜଣକ ସଦରଥାନା ପୋଡାଅସ୍ତିଆ ଗ୍ରାମର ମନୋରଞ୍ଜନ ବେହେରାଙ୍କ ଝିଅ ଜୟସ୍ମିତା(୨୨) । ଚନ୍ଦନଙ୍କ ଚେତା ଫେରିନଥିବା ବେଳେ ଉଭୟ ଗୁରୁତରଙ୍କୁ ପ୍ରାଥମିକ ଚିକିସôା ପରେ ବାରିପଦା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାଗ୍ରସ୍ତ କାରଟି ଗଗନ ଚରଣ ସାହୁ ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons