ଓଲଟିଲା ମାଛ ବୋଝେଇ କଣ୍ଟେନର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରବିବାର ଭୋର ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଆଇଗିଣିଆ ଛକ ନିକଟରେ ଏକ ମାଛ ବୋଝେଇ କଣ୍ଟେନର ଓଲଟି ପଡ଼ିଥିଲା । କିଛି ଲୋକେ ମାଛ ବୋହି ନେଇଥିଲେ ।
ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏକ ମାଛ ବୋଝେଇ କଣ୍ଟେନର ଆଜି ଭୋର ସମୟରେ ଆନ୍ଧ୍ରପ୍ରଦେଶରୁ ଭୁବନେଶ୍ୱର ଆସୁଥିଲା । ୧୬ ନମ୍ବର ଜାତୀୟ ରାଜପଥର ଆଇଗିଣିଆ ଛକ ନିକଟରେ ଅନ୍ୟ ଏକ ଗାଡ଼ି କଣ୍ଟେନରକୁ ସାଇଡ୍ ମାରିଥିଲା । ଚାଳକ ହଠାତ ବ୍ରେକ୍ ମାରିଦେବାରୁ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗାଡ଼ି ଭିତରେ ଚାଳକ ଫସି ଯାଇଥିଲେ । ଏହି ସମୟରେ କିଛି ଲୋକ ମାଛ ବୋହି ନେଇଥିଲେ । ଆଉ କିଛି ମାଛ ଗୋଟାଉଥିବାବେଳେ ଖଣ୍ଡଗିରି ଥାନା ପୁଲିସ ପହଞ୍ଚି ଯାଇଥିଲା । ତେଣୁ ଲୋକେ ଛତ୍ରଭଙ୍ଗ ଦେଇ ଦୌଡ଼ି ପଳାଇଥିଲେ । ପୁଲିସ କଣ୍ଟେନର ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲା । କ୍ରେନ୍ ସହାୟତାରେ ଗାଡ଼ିକୁ ଉଠା ଯାଇଥିଲା । ପରେ ଅନ୍ୟ ଏକ ଗାଡ଼ିରେ ମାଛ ପଠା ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons