୫୮ ଲିଟର ମଦ ଜବତ ସହ ୩ ଗିରଫ

Get real time updates directly on you device, subscribe now.

ନୀଳଗିରି : ନୀଳଗିରି ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫୮ ଲିଟର ଦେଶୀ ମଦ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି। ଆଜି ଭୋର ସମୟରେ ଅବକାରୀ ଇନ୍ସପେକ୍ଟର ଜ୍ୟୋତିର୍ମୟ ପଟେଲଙ୍କ ନେତୃତ୍ବରେ ଏକ ଟିମ ବିଦୁ ଅଞ୍ଚଳର ରାଜୀବ କୁମାର ମୁର୍ମୁ (୩୧)ଙ୍କ ଠାରୁ ୨୦ ଲିଟର ଦେଶୀମଦ ଜବତ କରିବା ସହ ଘୁଡାଡିହ ଗ୍ରାମର ପ୍ରତାପ କୁମାର ବ୍ରହ୍ମ (୨୬) ଙ୍କ ଠାରୁ ୨୦ ଲିଟର ଦେଶୀ ମଦ ଜବତ କରିଛି। ସେହିପରି ଅସ୍ତିଆ ଗ୍ରାମର ଶଶିକାନ୍ତ ବାରିକ (୪୦) ଙ୍କ ଠାରୁ ୧୮ ଲିଟର ଦେଶୀମଦ ଜବତ ହୋଇଛି। ଗିରଫ ପରେ ତିନୋଟି ପୃଥକ୍ ମାମଲା ରୁଜୁ କରି ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons