ବଜ୍ରପାତରେ ଦୁଇ ମୃତ

Get real time updates directly on you device, subscribe now.

ଜଳେଶ୍ୱର, (ବି.ବି.ନୁ୍ୟଜ୍): ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ। ଭୋଗରାଇ ଥାନା କାନ୍ଥି ଭଉଁରୀ ପଞ୍ଚାୟତ ବଡ଼ପାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ହେଲେ ବିପ୍ଳବ ରଣାଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ରଣା। ପ୍ରକାଶ ଯେ, ବୁଧବାର ରାତିରୁ ଭୋଗରାଇ ଅଞ୍ଚଳରେ ପ୍ରବଳ ଝଡ଼ବର୍ଷା ଲାଗି ରହିଥିବା ବେଳେ ଘନଘନ ବଜ୍ରପାତ ଜନ ଜୀବନକୁ ଆତଙ୍କିତ କରିଛି। ଗୁରୁବାର ସକାଳ ପ୍ରାୟ ୭ଟା ସମୟରେ ଅନ୍ନପୂର୍ଣ୍ଣା ନିଜ ଘର ପିଣ୍ଡାରେ ଚାଉଳ ବାଛୁଥିବା ସମୟରେ ତାଙ୍କ ଘର ସମ୍ମୁଖରେ ପ୍ରବଳ ଶବ୍ଦ ହୋଇଥିଲା। ଏହି ବଜ୍ରପାତ ଏତେ ଶକ୍ତିଶାଳୀ ଥିଲା ଯେ, ଅନ୍ନପୂର୍ଣ୍ଣ ସେହିଠାରେ ଚେତାଶୂନ୍ୟ ହୋଇ ଟଳି ପଡିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons