ରାଉରକେଲା,(ବି.ବି.ନୁ୍ୟଜ୍): ପ୍ରବାସୀ ଶ୍ରମିକମାନଙ୍କ ଆଗମନ ରାଉରକେଲା ସହରକୁ ଜାରି ରହିଛି । ଅବଶ୍ୟ ସମସ୍ତେ ରାଉରକେଲାର ନୁହନ୍ତି । ବିଭିନ୍ନ ପ୍ରଦେଶରେ କାମ କରୁଥିବା ପ୍ରବାସୀମାନେ ଲକ୍ଡାଉନ୍ରେ ଫସି ରହିଥିବା ବେଳେ ଏବେ ଘର ବାହୁଡ଼ା ଆରମ୍ଭ ହୋଇଛି । ଗୁରୁବାର ସନ୍ଧ୍ୟାରେ ଦୁଇଟି ଶ୍ରମିକ ସ୍ପେସିଆଲ ଟ୍ରେନ୍ରେ ଆସି ରାଉରକେଲାରେ ପହଞ୍ଚôଲେ । ପ୍ରଥମ ଟ୍ରେନ୍ଟି ଗୋଆର ମାଡ଼ଗାଓଁରୁ ୯୪ ଜଣ ପ୍ରବାସୀଙ୍କୁ ନେଇ ଆସିଥିବା ବେଳେ ଦ୍ୱିତୀୟ ଟ୍ରେନ୍ଟି ସୁରଟରୁ ପାଞ୍ଚ ଜଣ ଶ୍ରମିକଙ୍କୁ ନେଇ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା । ଗୋଆରୁ ଆସିଥିବା ଟ୍ରେନ୍ରେ ୪୩ ଜଣ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଅନ୍ୟମାନେ ଝାରଖଣ୍ଡ , ବିହାର, ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ରାଉରକେଲା ମହାନଗର ନିଗମ ପକ୍ଷରୁ ବସ୍ ଯୋଗେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପ୍ରବାସୀ ମାନଙ୍କ ଘରକୁ ସେମାନଙ୍କୁ ପଠାଯାଇଥିଲା । ଅନ୍ୟମାନଙ୍କୁ ବସ୍ ଯୋଗେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗକୁ ପଠାଯାଇଥିଲା । ଅନ୍ୟ କେତେକ ପ୍ରବାସୀଙ୍କୁ ରାଉରକେଲା ଆଶ୍ରୟସ୍ଥଳରେ ରଖାଯାଇଛି । ସେମାନଙ୍କୁ ଆସନ୍ତାକାଲି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯିବ । ପ୍ରବାସୀମାନେ ରାଉରକେଲା ଷ୍ଟେସନରେ ପହଞ୍ଚିବା ପରେ ସେମାନଙ୍କ ସ୍କାନିଂ କରାଯିବା ସହ ରେଜିଷ୍ଟସନ ମଧ୍ୟ କରାଯାଇଥିଲା ।
Comments are closed, but trackbacks and pingbacks are open.