ବାଲେଶ୍ୱର , (ବି.ବି.ନୁ୍ୟଜ୍): ବାଲେଶ୍ୱର କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ୨ ଜଣ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ୨ ନର୍ସ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ହସ୍ପିଟାଲର ଅନ୍ୟ କର୍ମଚାରୀ ପର୍ଯ୍ୟାୟକ୍ରମେ କ୍ୱାରେଣ୍ଟାଇନ୍ରେ ରହୁଛନ୍ତି । ଡାକ୍ତର ଓ ପାରା ମେଡିକାଲ ଷ୍ଟାପ୍ ୧୪ ଦିନ ଲେଖାଏର୍ କ୍ୱାରେଣ୍ଟାଇନ୍ରେ ରହୁଥିବା ଜଣାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୮୮୭ ସୁସ୍ଥ ହୋଇ ସାରିଥିବା ବେଳେ ୭ ଜଣଙ୍କ ମୃତୁ୍ୟ ଘଟିଛି । ସେହିଭଳି ୮୨୭ ଜଣ ଚିକିତ୍ସିତ ହେଉଛନ୍ତି ।
Comments are closed, but trackbacks and pingbacks are open.