ରାଜଧାନୀରେ ଘରୁ ମିଳିଲା ନବ ଦମ୍ପନ୍ତିଙ୍କ ମୃତଦେହ

Get real time updates directly on you device, subscribe now.

ଭୁବନେଶ୍ୱର , (ବି.ବି.ବୁ୍ୟରୋ): ମାତ୍ର ୩ ମାସ ତଳେ ବିବାହ ହୋଇଥିଲା । ସାରା ଜୀବନ ପରସ୍ପରର ସୁଖଦୁଃଖରେ ଭାଗିଦାର ହେବା ନିମନ୍ତେ ପରସ୍ପରକୁ କଥା ଦେଇଥିଲେ । ହେଲେ ନୂଆ ଜୀବନ ଆରମ୍ଭ କରୁ କରୁ ସବୁ ଛାରଖାର ହୋଇଗଲା । ରାଜଧାନୀର ଏକ ଘର ଭିତରୁ ନବ ଦମ୍ପନ୍ତିଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲିଙ୍ଗରାଜ ତାନା କେଉଟ ସାହିରେ ଏପରି ଅଭାବନୀୟ ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ନବ ସ୍ୱାମୀଙ୍କର ମୃତଦେହ ଉଦ୍ଧାର ହୋଇଛି । ଏହା ପରେବେଡ଼ ତଳେ ମରି ପଡିଥିବା ସ୍ତ୍ରୀର ମୃତଦେହ ଉଦ୍ଧାର କଲା ପୋଲିସ । ସ୍ୱାମୀ ଖବରକାଗଜ ହକର ଥିଲେ । ହସଖୁସିରେ ଉଭୟଙ୍କ ସଂସାର ଚାଲିଥିବା ବେଳେ କେଉଁ ପରିସ୍ଥିତିରେ ଓ କିପରି ସେମାନଙ୍କ ମୃତୁ୍ୟ ହେଲା ତା’ର ଛାନିଭିନ୍ କରୁଛି ଲିଙ୍ଗରାଜ ଥାନା ପୋଲିସ । ଏହା ଆତ୍ମହତ୍ୟା ନା ହତ୍ୟା ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ପଡୋଶୀଙ୍କୁ ପଚରାଉଚରା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons