ବାରିପଦା: ସାପ କାମୁଡ଼ାରେ ୨ ନାବାଳିକାଙ୍କ ମୃତ୍ୟୁ ହୋଇଛି। କୁଳିଅଣା ବ୍ଲକ ବଡ ନୂଆଗାଁ ଗାଁର କୀର୍ତ୍ତନ ନାୟକଙ୍କ ୧୨ ବର୍ଷର ଝିଅ ଓ ତାଙ୍କ ସମ୍ପର୍କୀୟ ବିକ୍ରମାଦିତ୍ୟ ନାୟକଙ୍କ ୧୧ ବର୍ଷର ଝିଅଙ୍କ ମୃତ୍ୟୁ ହୋଇଛି। ନାବାଳିକା ଦୁଇ ଜଣ ମାମୁଁ ଘରେ ରାତିରେ ଶୋଇଥିବା ବେଳେ କାମୁଡି ଥିଲା ବିଷଧର ସାପ। ବାରିପଦା ପିଆରଏମରେ ହୋଇଛି ଶବ ବ୍ୟବଚ୍ଛେଦ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି। ସାପ କାମୁଡ଼ାରେ ୨ ନାବାଳିକାଙ୍କ ମୃତ୍ୟୁ ପରେ ଘର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ରାତି ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ିଥିବା କୁହାଯାଉଛି। ହେଲେ କେଉଁ ପ୍ରଜାତିର ସାପ କାମୁଡ଼ି ତାହା ଜଣାପଡି ନାହିଁ।
Comments are closed, but trackbacks and pingbacks are open.