ଓଭରଟେକ୍ ହେଲା କାଳ: ଡ୍ରାଇଭର ମୃତ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା, (ବି.ବି.ନୁ୍ୟଜ୍): ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ଯଦୁପୁର ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଯଣା ଘଟିଛି । ଏକ ଆଇରନ୍ ବୋଝେଇ ଟ୍ରକ ଆଉ ଏକ ଟ୍ରକକୁ ଓଭର ଟେକ୍ କରୁଥିବା ବେଳେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ପିଟି ହୋଇଥିଲା । ଫଳରେ ଘଟଣାସ୍ଥଳରେ ଆଇରନ୍ ବୋଝେଇ ଟ୍ରକ ଡ୍ରାଇଭରଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାଁ ନରହରି ପ୍ରଧାନ । ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ମୋଟା ଗାଁରେ । ଆଜି (ରବିବାର) ସକାଳେ ଏହି ଦୁର୍ଘଯଣା ଘଟିଛି । ଖବର ପାଇଁ ମହାକାଳପଡ଼ା ଓ ମାର୍ଶାଘାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଟ୍ରକକୁ କାଟି ମୃତ ଡ୍ରାଇଭରଙ୍କୁ ବାହାର କରିଥିଲେ । ଏଥିସହ ମାର୍ଶାଘାଇ ପୋଲିସ ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons