ଭୁବନେଶ୍ୱର (ବି.ବି.ନୁ୍ୟଜ୍): ରାଜ୍ୟ ସରକାରଙ୍କ ଗ୍ରୀନ୍ ସିଗ୍ନାଲ ପରେ ମଧ୍ୟ ଏଯାଏ ସ୍ୱାଭାବିକ ହୋଇପାରୁନି ବସ୍ ଚଳାଚଳ । ପ୍ରଥମେ ବସ୍ ମାଲିକ ନିଜ ଜିଦ୍ରେ ଅଟଳ ଥିବା ବେଳେ ଷବେ ସେହି ପନ୍ଥା ଆପଣାଇଛନ୍ତି ବସ୍ କର୍ମଚାରୀ । ଫଳରେ ହଇରାଣ ହେଉଛନ୍ତି ସାଧାରଣ ଯାତ୍ରୀ । ଏଯାବତ୍ ରାଜ୍ୟ ସରକାର ୬ ହଜାର କର୍ମଚାରୀଙ୍କୁ ବୀମାଭୁକ୍ତ କରି ସାରିଛନ୍ତି । ଅନ୍ୟମାନଙ୍କୁ ମଧ୍ୟ ଖୁବଶୀଘ୍ର ଅନ୍ତର୍ଭୁକ୍ତ କରାଯିବ । ଏନେଇ ସରକାରଙ୍କ ସହ ସମସ୍ତ ଆଲୋଚନା ହୋଇସାରିଥିବା ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି । ଏଣୁ ଧର୍ମଘଟରୁ ଓହରି ବସ୍ କାର୍ଯ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ହେଲେ ୩ମାସର ଦରମା, ୫୦ ଲକ୍ଷ ଟଙ୍କାର ବୀମା ଏବଂ ପରିବହନ କର୍ମଚାରୀ ମାନ୍ୟତା ପ୍ରଦାନ ଆଦି ଦାବି ପୂରଣ ନିମନ୍ତେ ଅଡି ବସିଛି ଓଡ଼ିଶା ମୋଟର ଚାଳକ ସଂଘ । ବସ୍ ମାଲିକଙ୍କୁ ସରକାର ସବୁ କିଛି ଛାଡ଼ କରୁଥିବା ବେଳେ ଚାଳକ ଏବଂ ଅନ୍ୟ ବସ୍ କର୍ମଚାରୀଙ୍କୁ କ’ଣ ପାଇଁ ସହାୟତା କରୁନାହାନ୍ତି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖି ସଂଘ ପକ୍ଷରୁ ଅବଗତ କରାଯାଇଛି । ହେଲେ ଆଜି ପର୍ଯ୍ୟନ୍ତ କେହି ଦୁଃଖ ଶୁଣି ନାହାନ୍ତି । କରୋନା ପାଇର୍ ଗାଡ଼ି ନ ଚାଲିବାରୁ ଆମେ ଘରେ ହାତବାନ୍ଧି ବସିଛୁ । ତେଣୁ ।ଆମର ଦାବି ହେଉଛି ତିନି ମାସର ଦରମା ଓ ୫୦ ଲକ୍ଷ ଟଙ୍କାର ଇନ୍ସୁ୍ୟରାନ୍ସ ଦରକାର ବୋଲି ସଂଘ ପକ୍ଷରୁ କୁହାଯାଇଛି । ପ୍ରତିବାଦରେ ବିଭିନ୍ନ ଜିଲ୍ଲାରେ ସଂଘ ଧାରଣାରେ ବସି ରହିଛି । ଉଲ୍ଲେଖଯୋଗ୍ୟ, ଗତ ୩ ମାସ ଧରି ବସ୍ ଚଳାଚଳ ବନ୍ଦ ରହିଥିବାରୁ ଅନେକ ବସ୍ ମାଲିକ ଓ କର୍ମଚାରୀ ସମସ୍ୟାରେ ପଡିଛନ୍ତି । ସେଥିପାଇଁ ଧର୍ମଘଟରୁ ଓହରି ସମସ୍ତେ କାମରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ରାଜ୍ୟ ସରକାର ।
Comments are closed, but trackbacks and pingbacks are open.