ବାଇକ୍ ଲୁଟେରାକୁ ନିସ୍ତୁକ ପିଟିଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଦୁଇମାସ ତଳେ ବାଇକ୍ ଚୋରି କରି ନେଇ ଖସି ପଳାଇଥିବା ଜଣେ କୁଖ୍ୟାତ ବାଇକ୍ ଲୁଟେରାକୁ ଲୋକେ ଆଜି ସନ୍ଧ୍ୟାରେ ଧରି ନିସ୍ତୁକ ମାଡ଼ ମାରିଛନ୍ତି । ଲୋକଙ୍କ କବଳରୁ ପୁଲିସ ଲୁଟେରାକୁ ଉଦ୍ଧାର କରି ନେଇ ଥାନାରେ ଅଟକ ରଖିଛି । ଲୁଟେରା ଜଣଙ୍କ ସାଲିଆସାହିରେ ରହୁଥିଲା । ପୁଲିସକୁ ମଧ୍ୟ ସେ ଚକ୍ମା ଦେଇ ଖସି ଯାଉଥିଲା । ପୁଲିସ ତାକୁ ଧରି ଚୋରା ବାଇକ୍ ଜବତ କରିବା ପାଇଁ ଆଜି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି । ତେବେ ତଦନ୍ତରେ ବ୍ୟାଘାତ ଆଶଙ୍କାରେ ପୁଲିସ ଲୁଟେରାର ନାମ ପ୍ରକାଶ କରୁନାହିଁ ।
ଘଟଣାରୁ ଜଣାଯାଇଛି, ଲୁଟେରା ଜଣକ ନୂଆପଲ୍ଲୀ ଭୋଇସାହିରୁ ଦୁଇମାସ ତଳେ ଜଣେ ଲୋକଙ୍କ ବାଇକ୍ ଚୋରି କରି ନେଇ ପଳାଇଥିଲା । ବାଇକ୍ ମାଲିକ ତାଙ୍କ ଘର ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ଲୁଟେରାକୁ ଚିହ୍ନଟ କରିଥିଲେ । ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ସହ ସିସିଟିଭି ଫୁଟେଜ୍ରେ ରେକର୍ଡ ହୋଇଥିବା ଲୁଟେରାର ଫଟୋ ଦେଇଥିଲେ । ମାସେ ତଳେ ଲୁଟେରା ଜଣକ ପୁଣି ସେହି ଅଞ୍ଚଳକୁ ବାଇକ୍ ଚୋରି କରିବାକୁ ଆସିଥିଲା । ଏହି ସମୟରେ ବାଇକ୍ ହରାଇଥିବା ମାଲିକ ତାକୁ ଚିହ୍ନିପାରି ଧରି ପକାଇଥିଲେ । ତେବେ ଲୁଟେରା ଜଣଙ୍କ ତାଙ୍କ ବେକକୁ କାମୁଡ଼ି ଖସି ପଳାଇଥିଲା । ସେପଟେ ପୁଲିସ ଲୁଟେରାର ଘରେ ବାରମ୍ବାର ଚଢ଼ଉ କରୁଥିଲେ ମଧ୍ୟ ସେ କୌଶଳ କରି ସବୁଥର ଖସି ଯାଉଥିଲା । ଆଜି ସନ୍ଧ୍ୟାରେ ଲୁଟେରା ଜଣକ ନୂଆପଲ୍ଲୀ ବେହେରା ସାହିକୁ ବାଇକ୍ ଚୋରି କରିବାକୁ ଆସିଥିବା ବେଳେ ପୂର୍ବରୁ ଚିହ୍ନିଥିବା ଲୋକେ ତାକୁ ମାଡ଼ି ବସିଥିଲେ । ଲୁଟେରାକୁ ଧରି ନିସ୍ତୁକ ମାଡ଼ ମାରିଥିଲେ । ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ପହଞ୍ଚି ଲୋକଙ୍କ କବଳରୁ ଲୁଟେରାକୁ ଉଦ୍ଧାର କରି ନେଇଥିଲା । ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲା । ପରେ ତାକୁ ଧରି ଚୋରା ବାଇକ୍ ଜବତ କରିବା ପାଇଁ ଆଜି ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons