ରେଙ୍ଗାଳି,(ବି.ବି.ନ୍ୟୁଜ୍): କଣିହାଁ ବ୍ଲକ୍ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳରେ ହାତୀ । ଶୁକ୍ରବାର ରାତିରେ କଲୋନୀ ଭିତରକୁ ତିନିଟି ହାତୀ ପଶି ଭଙ୍ଗାରୁଜା କରିବା ସହ ଆମ୍ବପଣସ ଖାଇବା ଘଟଣା ପ୍ରକଳ୍ପ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।
ନିକଟସ୍ଥ ଜଙ୍ଗଲରୁ ରେଙ୍ଗାଳି ଡ୍ୟାମ୍ର ଓସିସି କଲୋନୀ ନିକଟବର୍ତ୍ତୀ ଓଏଚ୍ପିସିର ଟୁଷ୍ଟାର ବିଲ୍ଡିଂ ଅଞ୍ଚଳକୁ ତିନୋଟି ହାତୀ ଗତ ରାତିରେ ପଶି ଆସିଥିଲେ । ସେହି ରାସ୍ତାରେ ଥିବା ଆଇଟିଆଇର ଛାତ୍ରାବାସ ପାଚେରି ଭାଙ୍ଗି ଭିତରେ ଥିବା ଆମ୍ବ ଓ ପଣସ ଗଛରୁ ଆମ୍ବ, ପଣସ ଖାଇଥିଲେ । ପରେ ହାତୀପଲ ପାଚେରି ଭାଙ୍ଗି ନିକଟବର୍ତ୍ତୀ ଟୁଷ୍ଟାର ବିଲ୍ଡିଂ କଲୋନୀରେ ପଶିଥିଲେ । ଭୋର୍ ସମୟରେ ୩ଟି ହାତୀକୁ ଦେଖି କଲୋନୀବାସୀ ଭୟଭୀତ ହୋଇପଡ଼ିଥିଲେ । ସ୍ଥାନୀୟ ମୁଣ୍ଡାବସ୍ତିରେ ପଶି ଘର ଭାଙ୍ଗିବା ସହ ଚାଉଳ ଖାଇଥିବା ଜଣାଯାଇଛି । ସକାଳ ହୋଇଯିବାରୁ ହାତୀପଲ ନିକଟସ୍ଥ ପାହାଡ଼କୁ ଚାଲି ଯାଇଥିଲେ । ପ୍ରକଳ୍ପ ଅଞ୍ଚଳରେ ପ୍ରଥମ ଥର ଏକକାଳୀନ ୩ଟି ହାତୀ ପଶିବା ଘଟଣା କଲୋନୀବାସୀ ଓ ଜନସାଧାରଣଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ବନବିଭାଗ ତୁରନ୍ତ ପ୍ରକଳ୍ପ ଅଞ୍ଚଳରୁ ହାତୀ ଘଉଡ଼ାଇବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
Comments are closed, but trackbacks and pingbacks are open.