ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡ଼ା ଟିମ୍ସିରେ ଜଣେ ୭ ବର୍ଷର ଶିଶୁ କନ୍ୟାର ମୃତୁ୍ୟ ହୋଇଛି । ଚିକିତ୍ସା ଅଭାବରୁ ଶିଶୁଟିର ମୃତୁ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଖଡିଆଳ ବ୍ଲକ ଝୋଲପଥର ଗାଁର ଡାକ୍ତର କଲସାଏଙ୍କ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରରୁ ଫେରି ଏହି ଟିଏମ୍ସିରେ ରହିଥିଲେ । ସେମାନଙ୍କ ମଧ୍ୟରେ କଲସାଏ , ତାଙ୍କ ସ୍ତ୍ରୀ ଓ ୩ ଶିଶୁ ଥିଲେ । ଗତକାଲି ସନ୍ଧ୍ୟାରେ ସେମାନେ ଟିଏମ୍ସିରେ ପହଞ୍ଚିଥିଲେ । ଏହାପରେ ନିଜ ୭ ବର୍ଷର ଝିଅ ବର୍ଷାକୁ ଜ୍ୱର ହେଉଥିବାରୁ ଚିକିତ୍ସା ନିମନ୍ତେ ଟିଏମ୍ସି ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ କଲସାଏ ଜଣାଇଥିଲେ । କିନ୍ତୁ ତାଙ୍କ ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ତା କରାଯାଇ ନଥିଲା । ଫଳରେ ଆଜି(ଶନିବାର) ସକାଳେ ବର୍ଷାଙ୍କର ଟିଏମ୍ସିରେ ମୃତୁ୍ୟ ହୋଇଥିବା ଜଣାଯାଇଛି । ଡାକ୍ତରୀ ଦଳ ପହଞ୍ଚି ମୃତ ଶିଶୁର ସ୍ୱାବ ସଂଗ୍ରହ କରିଥିବା ବେଳେ ଖଡିଆଳ ବିଡିଓ , ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତୁ୍ୟର କାରଣ ଅସ୍ପଷ୍ଟ ରହିଛି ।
Comments are closed, but trackbacks and pingbacks are open.