ପୁରୀ,(ବି.ବି.ନୁ୍ୟଜ୍): ଶୁକ୍ରବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ଅସୁସ୍ଥ ହୋଇ ପଡିଥିବା ମହାପ୍ରଭୁ ଏବେ ଅଣସରରେ ଅଛନ୍ତି । ଆଜି (ଶନିବାର)ଠୁ ୧୫ ଦିନ ପର୍ଯ୍ୟନ୍ତ ଅଣସର ଘରେ ରହିବେ ଚତୁର୍ଦ୍ଧାମୂର୍ତ୍ତି । ସେଠାରୋ ମହାପ୍ରଭୁଙ୍କ ଗୁକ୍ତ ସେବା ଚାଲିବ । ତିନି ଠାକୁର ଅଣସରରେ ଥିବାରୁ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅଁ । ସେହିପରି ମନ୍ଦିର ପ୍ରବେଶ କଟକଣା ଯୋଗୁଁ ସିଂହଦ୍ୱାର ବାହାରୁ ଭତ୍ତଙ୍କୁ ଦର୍ଶନ ଦେଉଥିବା ପତିତପାବନଙ୍କ ସ୍ଥାନରେ ପୂଜିତ ହେଉଛନ୍ତି ନାରାୟଣଙ୍କ ପଟି ଦିଅଁ । ଗତକାଲି ଦିବ୍ୟ ସ୍ନାନ ସରିବା ପରେ ସ୍ନାନ ମଣ୍ଡପରୁ ଗୋଟି ପହଣ୍ଡିରେ ପ୍ରଥମେ ବଡ଼ଠାକୁର ବଳଭଦ୍ର ପରେ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । କରେନା କଟକଣା ।ଯୋଗୁଁ କଡ଼ା ସୁରକ୍ଷା ବଳୟରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଦେବସ୍ନାନ ନୀତି ସଂପନ୍ନ ହୋଇଥିଲା । ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଓ ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଥିବାରୁ ମାର୍କେଟ ଛକଠାରୁ ଜନସାଧାରଣଙ୍କ ପାଇଁ ପ୍ରବେଶ ନିଷେଧ ଥିଲା ।
Comments are closed, but trackbacks and pingbacks are open.