ରାଉରକେଲା ସରକାରୀ ହସ୍ପିଟାଲର ୨ ଡାକ୍ତରଙ୍କୁ କରୋନା

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଜ୍ୟରେ ଆଉ ୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ୧୮ ଜଣ ଅଛନ୍ତି । ଏହି ୧୮ ଜଣଙ୍କ ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳ ତଥ୍ୟ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଡାକ୍ତର ଅଛନ୍ତି । ସେମାନେ ରାଉରକେଲା ସରକାରୀ ହସ୍ପିଟାଲର । ସେମାନେ ପ୍ରଥମେ କୋଭିଡ୍ ହସ୍ପିଟାଲରେ ଡୁ୍ୟଟିରେ ଥିଲେ । ପରେ ସେମାନଙ୍କୁ ମେଡିକାଲ ଡୁ୍ୟଟିରେ ବି ନିୟୋଜିତ ହୋଇଥିଲେ । ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ଦୁଇ ଡାକ୍ତରଙ୍କୁ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସେହିପରି ରାଉରକେଲା ସରକାରୀ ହସ୍ପିଟାଲକୁ ସଂପୂର୍ଣ୍ଣ ଭାବେ ସାନିଟାଇଜ୍ କରାଯାଇଛି । ଏହା ସହିତ ଡାକ୍ତରଖାନାର ଅନ୍ୟ ଡାକ୍ତର ଓ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ୧୮ ଆକ୍ରାନ୍ତଙ୍କ ମଧ୍ୟରେ ୧୫ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରେ ରାଉରକେଲା ସ୍ପେଶାଲ ଜେଲ୍ କ୍ୱାରେଣ୍ଟାଇନ୍ କେନ୍ଦ୍ରର ୬ ଅନ୍ତୋବାସୀ ଅଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୧୭୧୬ ସୁସ୍ଥ ହୋଇସାରିଥିବା ବେଳେ ୧୧୨୯ ଜଣ ଚିକିତ୍ସାଧୀନ ଅଛନ୍ତି । ୯ ଜଣଙ୍କର ମୃତୁ୍ୟ ଘଟିଛି । ଆଉ ୨ କରୋନା ଆକ୍ରାନ୍ତ ଅନ୍ୟାନ୍ୟ କାରଣରୁ ପ୍ରାଣ ହରାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons