ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ହାତୀ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ରେଞ୍ଜର କୁକୁଡ଼ାଯୋଡ଼ି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାଁ ଚର୍ତୁଭୂଜ ନାୟକ(୬୦) । ଆଜି (ରବିବାର) ସକାଳେ ଚର୍ତୁଭୁଜ ଶୌଚ ହେବା ପାଇଁ ଗାଁ ମୁଣ୍ଡକୁ ଯାଉଥିବା ବେଳେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ । ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲା । ଏ ନେଇ ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ମୃତଦେହ ପାଖରେ ହାତୀପଲ ରହିଛନ୍ତି । ତେଣୁ ମୃତଦେହ ଉଦ୍ଧାର କରାଯାଇପାରିନାହିଁ । ଗାଁ ଲୋକଙ୍କ ସହିତ ମିଶି ବନ ବିଭାଗ କର୍ମଚାରୀମାନେ ହାତୀପଲକୁ ଘଉଡାଇବାକୁ ପ୍ରୟାସ କରୁଛନ୍ତି । ଗତକାଲି ରାତିରେ ଗାଁ ମୁଣ୍ଡରେ ୫ଟି ହାତୀ ଏବଂ ଦୁଇଟି ଛୁଆ ହାତୀ ରହିଥିଲେ । ଏହି ହାତୀପଲ କୁଲଡିହା ଅଭୟାରଣ୍ୟରୁ ଆସିଥବବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons