ଉଦଳା,(ବି.ବି.ନୁ୍ୟଜ୍): ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଜଡ଼ିଦା ଗାଁରେ ଜଣେ ମାନସିକ ବିକାରଗ୍ରସ୍ତ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତାଙ୍କ ନାଁ ଶିବପ୍ରସାଦ ପାଇ । ଶିବପ୍ରସାଦଙ୍କର ଛାତି ଓ ପିଠି ପୋଡ଼ି ହୋଇଯାଇଛି । ଏନେଇ ପରିବାର ପକ୍ଷରୁ କପ୍ତିପଦା ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନାଅନୁସାରେ, ଦୁଇ ଦିନ ତଳେ ଶିବପ୍ରସାଦ ରାତିରେ ଘରୁଖାଇ ସାରି ଯାଇ ରାସ୍ତାପାଶ୍ୱର୍ରେ ପଡ଼ିଥିବା ଏକ ହୋମ୍ ପାଇପ୍ ଉପରେ ଶୋଇଥିଲେ । ତେବେ ସେଠାରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ଫିଙ୍ଗି ଦେଇଥିଲା । ଜୀବନ ବିକଳରେ ସେ ଦୌଡ଼ି ଘରକୁ ଚାଲି ଆସିଥିଲେ । ତାଙ୍କ ପିଠି ଛାତି ଜଙ୍ଘ ଜଳିଯାଇଥିବା ଦେଖିବାକୁ ମିଳିଥିଲା । ପରେ ତାଙ୍କୁ ସଂଗେ ସଂଗେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ପରିବାର ଲୋକେ ଘରକୁ ଆଣିଥିଲେ । ଆଜି (ସୋମବାର) ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପୁଣି ଉଦଳା ଡାକ୍ତରଖାନାକୁ ନିଆଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏନେଇ ଅଭିଯୋଗ ହେବାପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.