ଇଞ୍ଜିନିୟର ଅପହରଣ ଘଟଣା: ଠିକାଦାର ସହ ୪ ଗିରଫ, କାର୍ ଜବତ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନ୍ୟୁଜ୍): ପଶ୍ଚିମବଙ୍ଗର ଲେଜର୍ ପାୱାର କମ୍ପାନିର ଇଞ୍ଜିନିୟର ବିଭୁ ପ୍ରସାଦ ରାଉତଙ୍କୁ ଅପହରଣ ଘଟଣାରେ ପୋଲସରା ଥାନା ପୁଲିସ ଠିକାଦାରଙ୍କ ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଠିକାଦାର ବୁଗୁଡ଼ା ଥାନା କଳମ୍ବ ଗ୍ରାମର ବିଷ୍ଣୁ ପ୍ରସାଦ ସାହୁ, ବୁଗୁଡ଼ା ଥାନା ସଦାଶିବପୁର ଶାସନର ରାଜେଶ କୁମାର ଖାଡ଼ଙ୍ଗା, ଭଞ୍ଜନଗର ଥାନା ଆମ୍ବପୁଆର ସଙ୍କର୍ଷଣ ସ୍ୱାଇଁ ଓ ଆସିକା ଥାନା କାଳଷଣ୍ଢପୁର ଗ୍ରାମର ଉଜ୍ୱଳ ମହାନ୍ତିଙ୍କୁ ଗିରଫ କରାଯାଇଥିବା ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି । ଅପହରଣରେ ବ୍ୟବହାର କରିଥିବା ଇଣ୍ଡିଗୋ କାର୍ଟିକୁ ମଧ୍ୟ ପୁଲିସ ଜବତ କରିଛି । ଥାନା କେସ୍ ନମ୍ବର ୧୪୪ ଦଫା ୨୯୪/୩୨୩/୫୦୬/୩୬୫/୩୬୮/୩୪ ଆଇପିସିରେ ଅଭିଯୁକ୍ତଙ୍କୁ କୋଦଳା କୋର୍ଟରେ ହାଜର କରାଯାଇଛି ଏବଂ ବିଚାରପତିଙ୍କ ଆଦେଶ ପ୍ରକାରେ ଏମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ସୂଚନା ଦେଇଛି ।
କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରେ ଦକ୍ଷିଣ ଓଡ଼ିଶାରେ କାର୍ଯ୍ୟ କରିବାକୁ ପଶ୍ଚିମବଙ୍ଗର ଲେଜର୍ ପାୱାର କମ୍ପାନି ଠିକା ନେଇଛି । ଏଠାରେ ସାଇଟ୍ ଇଞ୍ଜିନିୟର ଅଛନ୍ତି ବିଭୁ ପ୍ରସାଦ ରାଉତ । କିଛି ଦିନ ତଳେ ବ୍ରହ୍ମପୁର ବର୍ମାପଲ୍ଲୀରେ ଥିବା କମ୍ପାନି କାର୍ଯ୍ୟାଳୟକକୁ ଠିକାଦାର ମାନେ ଆସି ୨୦୦ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା କହି ଆଗୁଆ ବିଲ୍ ପାସ୍ କରିବାକୁ ଦାବି କରିଥିଲେ । ସାଇଟ୍ ଇଞ୍ଜିନିୟର ବିଭୁ ପ୍ରସାଦ ରାଉତ ଏହା କରିବାକୁ ମନା କରିଥିଲେ । ଏହାକୁ ନେଇ ପାଟିତୁଣ୍ଡ ହୋଇଥିଲା ଏବଂ ଠିକାଦାର ମାନେ ସାଇଟ୍ ଇଞ୍ଜିନିୟରଙ୍କୁ ଧମକ ଦେଇଥିଲେ । ତେବେ ୩ତାରିଖରେ ଠିକାଦାର କାମ ସଂପୂର୍ଣ୍ଣ ହୋଇଥିବା କହି ବିଭୁ ପ୍ରସାଦଙ୍କୁ କଳମ୍ବ ଡାକ ତାଙ୍କୁ ଅପହରଣ କରି ବ୍ରହ୍ମପୁର ଲୋଚାପଡ଼ା ରୋଡ଼ ବ୍ୟାଙ୍କ୍ କଲୋନୀ ଏକ ଘରେ ଆଣି ରଖି ଦେଇଥିଲେ । ଇଞ୍ଜିନିୟର ରାଉତ ସେଠାରୁ ଖସିଯିବା ପରେ ଠିକାଦାରଙ୍କ ନାମରେ ଏତଲା ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons