ବ୍ରହ୍ମଗିରି,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ବ୍ରହ୍ମଗିରି ଗାଁରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟହେବା ପରେ ଏହି ଗାଁକୁ ଶଟ୍ ଡାଉନ୍ ଘୋଷଣା କରାଯାଇଛି । ଆଜି ସକାଳ ୧୦ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ଏହି ଶଟ୍ଡାଉନ୍ କଟକଣା ବଳବତ୍ତର ରହିବ । ବ୍ରହ୍ମଗିରି ସରପଞ୍ଚ ମଧୁସ୍ମିତା ସାହୁ ଏହି ଘୋଷଣା କରିଛନ୍ତି । ଗାଁର ପ୍ରତିଟି ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି । ଏହା ସହ ଗାଁକୁ ବାହାର ଲୋକ ଆସିବେ ନାହିଁ କି ଗାଁ ଲୋକେ ବାହାରକୁ ଯିବେ ନାହିଁ ବୋଲି କୁହାଯାଇଛି । ତେବେ କରୋନା ସଂକ୍ରମଣରୁ ମୁକ୍ତି ପାଇଁ ସରପଞ୍ଚଙ୍କ ଏହି ନିଷ୍ପତ୍ତିକୁ ପଞ୍ଚାୟତବାସୀ ସମର୍ଥନ କରିଛନ୍ତି ।
Comments are closed, but trackbacks and pingbacks are open.