ଆଡଗଡ଼: ନାଳରେ ବୁଡ଼ି ଶିଶୁର ମୃତ୍ୟୁ। କଟକ ଜିଲ୍ଲାର ନରସିଂହପୁର ବ୍ଲକ ଅନ୍ତର୍ଗତ ରେଗେଡା ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ନାଳରେ ହଠାତ୍ ପାଣି ମାଡ଼ି ଆସିବାରୁ ଜଣେ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଶିଶୁ ଭାସିଯାଇ ଗଛରେ ଲାଗି ଉଦ୍ଧାର ହୋଇଛନ୍ତି। ମୃତ ଶିଶୁ ଜଣଙ୍କ ପବନି ଦେହୁରୀଙ୍କ ପୁଅ ନରେଶ ଦେହୁରୀ। ଶିଶୁଟିର ବୟସ ପାଞ୍ଚ ବର୍ଷ ବୋଲି ଜଣାପଡିଛି। ରେଗେଡା ପଞ୍ଚାୟତର ଅନ୍ଧାରି ମୂଲକ କୁହାଯାଉଥିବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୨ଟି ପରିବାର ବସବାସ କରନ୍ତି।
ସେହି ଗାଁ କୁ ଯାତାୟାତ ପାଇଁ ସବୁ ଦିନିଆଁ ରାସ୍ତା ନଥିବାରୁ ଲୋକମାନେ ନାଳପାରି ହୋଇ ଯାତାୟାତ କରିଥାନ୍ତି। ସାଙ୍ଗ ହୋଇ ଗାଁଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ନୂଆଗାଁକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ। ଜିନିଷ କିଣି ଘରକୁ ଫେରୁଥିବା ସମୟରେ ଗ୍ରାମ ନିକଟ ଦେଇ ଯାଇଥିବା ନାଳରେ ପାରି ହୋଇ ଆସୁଥିବା ସମୟରେ ପୂର୍ବରୁ ଜଙ୍ଗଲରେ ବର୍ଷା ହୋଇଥିବାରୁ ହଠାତ୍ ନାଳରେ ବଢିପାଣି ମାଡ଼ି ଆସିଥିଲା ଫଳରେ ତିନି ଜଣଙ୍କୁ ପାଣିରେ ଭସାଇ ନେଇଥିଲା। ସମସ୍ତେ ଜୀବନ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ଆନ୍ୟ ଦୁଇ ଶିଶୁ ଗଛରେ ଲାଗି ଯିବାରୁ ବଞ୍ଚି ଯାଇଥିଲେ ହେଲେ ନରେଶ ପ୍ରାୟ ପାଞ୍ଚ ଶହ ମିଟର ଦୂରକୁ ଭାସି ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ସମସ୍ତଙ୍କୁ ଉଦ୍ଧାର କରିଥିଲେ।
ମାତ୍ର ନରେଶ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ନରସିଂହପୁର ମେଡ଼ିକାଲ କୁ ଆଣିଥିଲେ ମାତ୍ର ଗାଁ କୁ ରାସ୍ତା ନଥିବାରୁ ଭାରରେ ପ୍ରାୟ ଦୁଇ କିଲୋମିଟର ଦୂର କୁସଖଳି ଗ୍ରାମକୁ ଆଣିବା ପରେ ଆମ୍ବୁଲାନ୍ସ ରେ ନରସିଂହପୁର ମେଡ଼ିକାଲ କୁ ଆଣିଥିଲେ ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Comments are closed, but trackbacks and pingbacks are open.