ସରପଞ୍ଚଙ୍କ ବିରୋଧରେ ମହିଳାଙ୍କ ଅସଦାରଚଣ ଅଭିଯୋଗ

Get real time updates directly on you device, subscribe now.

ଭୁବନ: କରୋନା ମୁକାବିଲାରେ ପ୍ରତ୍ୟେକ ପଞ୍ଚାୟତରେ ସରପଞ୍ଚଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। ସେଥିପାଇଁ କରୋନା ଯୁଦ୍ଧରେ ଆଗ ଧାଡିର ସୈନିକ ହେଉଛନ୍ତି ସରପଞ୍ଚମାନେ। ତେଣୁ କରୋନା ମୁକାବିଲା ନେଇ ସେମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇଛି। କିନ୍ତୁ ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକର ବାଲିବୋ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ। କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜଣେ ମହିଳା, ସରପଞ୍ଚଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି।
ଏହି ପଞ୍ଚାୟତରେ ଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ତାମିଲନାଡୁରୁ ଫେରିଥିବା କିଛି ପ୍ରବାସୀ ଓଡ଼ିଆ ରହିଛନ୍ତି। ଏହି କ୍ବାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜଣେ ଜୈନିକ ମହିଳା ସରପଞ୍ଚ ସନ୍ତୋ​‌ଷ ଖୁଣ୍ଟିଆଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତର ସରପଞ୍ଚ ସନ୍ତୋଷ ଖୁଣ୍ଟିଆଙ୍କ ବିରୋଧରେ ପୀଡିତା ଭୁବନ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସରପଞ୍ଚଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ସରପଞ୍ଚ କିଛିଦିନ ପରେ ଜେଲରୁ ମୁକୁଳିଥିଲେ। ସରପଞ୍ଚଙ୍କ କହିବା ଅନୁସାରେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଫସାଇ ଦିଆଯାଇଛି। ସେପଟେ ପୀଡିତା କହିଛନ୍ତି ଯେ, ଭୁଲ୍ କରି ସହଜରେ ଜେଲ୍‌ରୁ କେମିତି ବାହାରିଲେ ବୋଲି ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ଭୁବନ ବିଡିଓ କହିଛନ୍ତି ଯେ, ପ୍ରକୃତ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons