ଗଛରେ ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା

Get real time updates directly on you device, subscribe now.

ବାରଙ୍ଗ: ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଚନ୍ଦକା ନିକଟସ୍ଥ ପେଟ୍ରୋଲ ଟାଙ୍କି ନିକଟରୁ ମୃତଦେହ ଜବତ ହୋଇଛି । ମୃତ ଯୁବକ ଜଣଙ୍କ ଚନ୍ଦକା ଗାଁ ଜେନାସାହିର ବାପୁ ବଡଜେନା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଯେ, ଆଜି ସକାଳ ସମୟରେ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଗଛରେ ମୃତଦେହ ଝୁଲୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ତେବେ ଗଛରେ ଝୁଲିଥିବା ଯୁବକଙ୍କ ନାମ ବାପୁ ବଡଜେନା ବୋଲି ଜଣପଡ଼ିଛି । ସେ ଚନ୍ଦକା ଗାଁ ଜେନାସାହିର ବୋଲି ଜଣାପଡିଛି । ତାଙ୍କ ବୟସ ୨୮ବର୍ଷ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ବ୍ୟବେଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ । ପୋଲିସ ଘଟଣାରେ ଛାନ୍‌ଭିନ୍‌ ଜାରି ରଖିଛି । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons