ଭୁବନେଶ୍ୱର,(ବି.ବି.ନୁୃ୍ୟଜ୍): ଶୁକ୍ରବାର ରାଜ୍ୟସଭା ନିର୍ବାଚନ ଶେଷ ହୋଇଛି । ୮ଟି ରାଜ୍ୟର ୧୯ଟି ଆସନରୁ ବିଜେପି ଏକାକୀ ୮ଟି ଆସନରେ ବିଜୟୀ ହୋଇଛି । ପୂର୍ବରୁ ତିନି ଜଣ ବିଜେପି ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି କର୍ଣ୍ଣାଟକରୁ । ଏବେ ମୋଟ ୧୦ ରାଜ୍ୟର ୨୪ଟି ଆସନରୁ ବିଜେପି ୧୧ ଆସନରେ ବିଜୟୀ ହୋଇଛି । ନୂଆ ସଦସ୍ୟଙ୍କୁ ମିଶାଇଲେ ସଂସଦର ଏହି ଉଚ୍ଚ ସଦନରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସାଂସଦ ସଂକ୍ୟା ଆସି ୧୦୧ ହୋଇଛି । ପୂର୍ବରୁ ୯୦ ଜଣ ଥିଲେ । ତେବେ ମ୍ୟାଜିକ୍ ନମ୍ବର ୧୨୩ ରହିଛି । ଏହି କାରଣରୁ ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିବାକୁ ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ଭଳି କେତେକ ଅଣ ଏନଡିଏ ଆଞ୍ଚଳିକ ଦଳର ସହଯୋଗ ଉପରେ ନିର୍ଭର କରିବେ । ଏନଡିଏର ୧୦୧ ସାଂସଦଙ୍କ ମଧ୍ୟରୁ ବିଜେପିର ୮୬ ଜଣ ସାଂସଦ ରହିଛନ୍ତି । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ପାଖରେ ୬୫ ଜଣ ସାଂସଦ ରହିଛନ୍ତି । ରାଜ୍ୟସଭାରେ ସଂଖ୍ୟା ଗରିÂତା ନଥିଲେ ମଧ୍ୟ ମୋଦି ସରକାର ଅନେକ ବିଲ୍ ରାଜ୍ୟସଭାରେ ପାରିତ କରିବାରେ ସଫଳ ହୋଇଛନ୍ତି । ଏଥିପାଇଁ ସହଯୋଗର ହାତ ବଢ଼ାଇଛନ୍ତି ବିଜୁ ଜନତା ଦଳ । ତାମିଲନାଡୁର ଶାସକ ଦଳ ଏଆଇଏଡିଏମ୍କେ, ଆନ୍ଧ୍ରପ୍ରଦେଶର ୱାଇଏସ୍ଆର କଂଗ୍ରେସ ପାର୍ଟି ।ଯଦିଓ ଏନଡିଏରେ ସଂଖ୍ୟା ବଢ଼ଇଛି । ହେଲେ ଏବେ ବି ଏହି ତିନି ଦଳ ଏନଡିଏ ପାଇଁ ସାହା ଭରସା । ଏହି କାରଣରୁ ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତୃତ୍ୱ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ସମେତ ଅନ୍ୟ ଅଣଏନଡିଏ ସହଯୋଗୀ ଦଳଗୁଡିକୁ ଏହା ପରେ ମଧ୍ୟ ଅସନ୍ତୁଷ୍ଟ କରିବ ନାହିଁ । ଏହି ଦଳଗୁଡିକୁ ସହାୟତା ।ସଂକଟ ସମୟରେ ଆବଶ୍ୟକ ଥିବାରୁ ସଂପୃକ୍ତ ରାଜ୍ୟଗୁହିକରେ ବିଜେପି ଦୃଢ଼ ବିରୋଧୀ ଦଳର ଭୂମିକା ଗ୍ରହଣ କରିପାରୁନାହିଁ । ବିଜେଡି ୯, ଏଆଇଡିଏମ୍କେ ୯, ୱାଇଏସ୍ଆର କଂଗ୍ରେସ ପାଖରେ ଦୁଇ ଜଣ ସାଂସଦ ରହିଛନ୍ତି । ଏନଡିଏ ଓ ଏହି ସହଯୋଗୀ ଦଳଗୁଡିକର ମୋଟ ରାଜ୍ୟସଭା ଆସନ ସଂଖ୍ୟା ୧୨୨ । ଅର୍ଥାତ୍ ମ୍ୟାଜିକ୍ ନମ୍ବରରୁ ଗୋଟିଏ ଆସନ କମ୍ ରହୁଛି ଏହି ତିନି ଦଳର ସାଂସଦଙ୍କୁ ମିଶାଇ । ବିଜେପି କିମ୍ବା ଏନଡିଏ ଏହି ମ୍ୟାଜିକ୍ ନମ୍ବର ହାସଲ କରିବା ପରେ ଯାଇଁ ଅଣଏନଡିଏ ଆଞ୍ଚଳିକ ଦଳଗୁଡିକ ବିରୋଧରେ ବିଜେପିର ରଣକୌଶଳରେ ପରିବର୍ତ୍ତନ ଆସିପାରେ ।
Comments are closed, but trackbacks and pingbacks are open.