୩ ଜିଲ୍ଲାରେ ବିସ୍ଫୋରକ ସ୍ଥିତି, ଆକ୍ରାନ୍ତ ୧୨୮୮

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ଦକ୍ଷିଣାଞ୍ଚଳର ୩ ଜିଲ୍ଲାରେ କରୋନା ସଂକ୍ରମଣ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ଲମ୍ପ ମାରୁଛି କରୋନା ଭୂତାଣୁ । ସୁସ୍ଥଠାରୁ ସଂକ୍ରମଣ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ପ୍ରଥମେ ଗଞ୍ଜାମ ଜିଲ୍ଲାକୁ ଛୁଇଁଥିଲା ଭୂତାଣୁ । ପରେ କନ୍ଧମାଳ ଓ ଗଜପତି ଜିଲ୍ଲା । ଏବେ ସଂକ୍ରମିତ ସଂଖ୍ୟା ନିତିଦିନିଆ ହୋଇଛି । ଆରୋଗ୍ୟ ସଂଖ୍ୟା ବି କିଛି କମ୍ ନୁହେଁ । କିନ୍ତୁ ସୁସ୍ଥ ତୁଳନାରେ ସଂକ୍ରମଣ ଢେର ଆଗରେ ରହିଛି । ଆଜି ଦିନକରେ ତିନି ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୯୭ ହୋଇଛି । ସେଥିରୁ ରାଜ୍ୟର ସର୍ବାଧିକ ଗଜପତି ଜିଲ୍ଲାରେ ୪୭, ଗଞ୍ଜାମ ୩୮ ଓ କନ୍ଧମାଳ ଜିଲ୍ଲାରେ ୧୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ କୋଭିଡ୍ ହସପିଟାଲକୁ ପଠାଇ ଦିଆଯାଇଛି । ଆଜି ଗଞ୍ଜାମ ଜିଲ୍ଲାର ଜଣେ ୪୯ ବର୍ଷୀୟ ବ୍ୟକ୍ତିଙ୍କ ଶୀତଳାପଲ୍ଲୀ କୋଭିଡ୍ ହସପିଟାଲ୍ରେ ମୃତୁ୍ୟ ହୋଇଛି । ଏଯାବତ୍ ୭ ଜଣଙ୍କ ମୃତୁ୍ୟ ହୋଇଛି । ଆଜି ସୁଦ୍ଧା ୨୧୬ଜଣ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ସେପଟେ ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଅଭୟ ରବିବାର ଦିନିକିଆ କନ୍ଧମାଳ ଗସ୍ତ କରିଥିଲେ । ସେ ଜିଲ୍ଲାରେ କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ପୁଲିସ ବାହିନୀର ଭୂମିକା ବାବଦରେ ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଶନିବାର ପରୀକ୍ଷା ହୋଇଥିବା ରିପୋର୍ଟରେ ୩୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ଟ୍ୱିଟ୍ ଜରିଆରେ ସୂଚନା ଦେଇଛି । ଅନ୍ୟପକ୍ଷରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ୪୦ଜଣ ପଜିଟିଭ୍ ରହିଥିବା ଟ୍ୱିଟ୍ରେ ଦର୍ଶାଇଛି । ତେବେ ଭିନ୍ନ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱରେ ସାଧାରଣ ଲୋକ । ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରକାରେ ୩୮ଜଣ ପଜିଟିଭ୍ ମଧ୍ୟରେ ୧୦ଜଣ କରୋନା ଯୋଦ୍ଧା ରହିଛନ୍ତି । ଛତ୍ରପୁରରୁ ଜଣେ, ଚିକିଟିରୁ ଦୁଇଜଣ, ଗଞ୍ଜାମରୁ ଜଣେ, ପୋଲସରାରୁ ୩ଜଣ, ରଙ୍ଗେଇଲୁଣ୍ଡାରୁ ଜଣେ, ଭଞ୍ଜନଗର ଓ କବିସୂର୍ଯ୍ୟନଗରରୁ ଜଣେ ଲେଖାଏଁ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୮ଜଣ ବାହାର ରାଜ୍ୟରୁ ଫେରିବା ପରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ଜଣ ସୁରଟ, ଜଣେ ତାମିଲନାଡୁ, ଜଣେ ମହାରାଷ୍ଟ୍ର, ଜଣେ ବେଙ୍ଗାଲୁରୁ, ଜଣେ କେରଳରୁ ରହିଛନ୍ତି । ଉପରୋକ୍ତ ଅଞ୍ଚଳରୁ ଫେରିଥିବା ପ୍ରବାସୀ ମାନେ ବେଲଗୁଣ୍ଠା, ବେଗୁନିଆପଡ଼ା, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର, ଶେରଗଡ଼ ଓ କବିସୂର୍ଯ୍ୟନଗର ବ୍ଲକ୍ରୁ ରହିଛନ୍ତି ବୋଲି ସେ କହିଛନ୍ତି । ୨୦ଜଣ ରୋଗୀ କରୋନା ପଜିଟିଭ୍ଙ୍କ ସଂସ୍ପର୍ଶରେ ଆସିବାରୁ ଆକ୍ରାନ୍ତ ହୋଇଛନ୍ତି । ଆସିକାରୁ ୨, ବେଗୁନିଆପଡ଼ାରୁ ୬, ବେଲଗୁଣ୍ଠାରୁ ଜଣେ, ପୋଲସରାରୁ ଜଣେ, ଗଞ୍ଜାମରୁ ଦୁଇଜଣ, କବିସୂର୍ଯ୍ୟନଗରରୁ ୫ଜଣ, ସୋରଡ଼ାରୁ ୨ଜଣ ଓ ଧରାକୋଟରୁ ଜଣେ ପଜିଟିଭ୍ ରହିଛନ୍ତି । ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରକାରେ ନୂଆ ୩୮ଜଣ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାରେ ରୋଗୀ ସଂଖ୍ୟା ୮୯୧ ହୋଇଛି । ଜିଲ୍ଲାରେ ଆଜି ୧୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ସୁସ୍ଥ ହୋଇ ୬୭୫ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି ।
ସେହିପରି କନ୍ଧମାଳ ଜିଲ୍ଲାରୁ ରବିବାର ପୁଣି ଜଣେ କରୋନା ଯୋଦ୍ଧାଙ୍କ ସମେତ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଜଣେ ମହିଳା ରହିଛନ୍ତି । ଜି. ଉଦୟଗିରି ବ୍ଲକ୍ କ୍ୱାରେଣ୍ଟାଇନ କେନ୍ଦ୍ରରୁ ୬ ଜଣ ଚିହ୍ନଟ ହୋଇଥିବା ବେଳେ ତୁମୁଡିବନ୍ଧ କ୍ୱାରେଣ୍ଟାଇନରୁ ୩ ଏବଂ ଫୁଲବାଣୀ କୋଭିଡ୍ କେୟାର କେନ୍ଦ୍ରରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଦାରିଙ୍ଗିବାଡ଼ି କ୍ୱାରେଣ୍ଟାଇନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ମଧ୍ୟ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କୁ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ୧୨ ଜଣଙ୍କୁ ମିଶାଇ ଜିଲ୍ଲାରୁ ଆଜି ସୁଦ୍ଧା ମୋଟ ୧୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରେ ୮ ଜଣ କରୋନା ଯୋଦ୍ଧା ରହିଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ଆଜି ପର୍ଯ୍ୟନ୍ତ ୧୪୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ୧୭ ଜଣ ସଂକ୍ରମିତ ଚିକିିତ୍ସିତ ହେଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସେହିପରି ଗଜପତି ଜିଲ୍ଲାରୁ ରବିବାର ପୁଣି ୪୭ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩୮ରେ ପହଞ୍ଚôଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ୍ଙ୍କ ମଧ୍ୟରେ ୪୬ ଜଣ ଗୋଷାଣି ବ୍ଲକ୍ର ହୋଇଥିବା ବେଳେ ଜଣେ ଗୁମ୍ମା ବ୍ଲକ୍ର ବୋଲି ଜଣପାଡ଼ିଛି । ସେମାନଙ୍କ ମଧ୍ୟରେ ୨୦ ଜଣ ତାମିଲନାଡୁ ଫେରନ୍ତା, ୩ ଜଣ ତେଲେଙ୍ଗାନା, ୧୨ ଜଣ ଆନ୍ଧ୍ର ପ୍ରଦେଶ ଏବଂ ୧୧ ଜଣ କର୍ଣ୍ଣାଟକ ଫେରନ୍ତା ରହିଛନ୍ତି । ଅନ୍ୟ ଜଣେ ସଂକ୍ରମିତଙ୍କ ଗସ୍ତ ସୂଚନା ମିଳିନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛିତେବେ ଗସ୍ତ ସୂଚନା ଥିବା ସଂକ୍ରମିତ ୪୬ ଜଣ ପ୍ରବାସୀଙ୍କ ମଧ୍ୟରୁ ୪୪ ଜଣ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ ଓ ୨ ଜଣ ସଙ୍ଗରୋଧ ଅବଧି ସାରି ଘରକୁ ଫେରିଥିଲେ । ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ଟିମ୍ ଯାଞ୍ଚ କରିବା ସମୟରେ ସଙ୍ଗରୋଧରୁ ଫେରିଥିବା ଦୁଇଜଣଙ୍କ ସମେତ ଅନ୍ୟ ଜଣଙ୍କ ଠାରେ ଲକ୍ଷଣ ଥିବା ଜଣାପଡ଼ିଥିଲା । ଏହାପରେ ସେମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ନମୁନା ପଠାଯାଇଥିଲା । ପରେ ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ସମସ୍ତଙ୍କୁ ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲାପାଳ ଅନୁପମ ଶାହା ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାର ମୋଟ ୨୩୮ଜଣ ସଂକ୍ରମିତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପକ୍ଷେ ୧୫୧ ଜଣଙ୍କ ଚିକିତ୍ସା ଜାରି ରହିଛି । ଚଳିତ ମାସ ୧୬, ୧୭ ଏବଂ ୧୮ ତାରିଖରେ ଏମାନଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons