କଟକ,(ବି.ବି.ନୁ୍ୟଜ୍): କଟକ ଜିଲ୍ଲା ଜଗତପୁରର ସଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ ଚାରି ଘଣ୍ଟା ପାଇଁ ପାରୋଲରେ ଜେଲ୍ରୁ ବାହାରିଛନ୍ତି । ମା’ଙ୍କ ଶ୍ରାର୍ଦ୍ଧ କର୍ମଚରେ ଯୋଗଦେବାକୁ ସେ ପାରୋଲରେ ଆସିଛନ୍ତି । ଦିଲଲୀ କୋର୍ଟଙ୍କ ଆଦେଶ ବଳରେ ପାରୋଲ ପାଇଁ ତାଙ୍କୁ ଅନୁମତି ମିଳିଛି । ଚୌଦ୍ୱାର ଜେଲରେ ଥିବା ଅବଦୁଲଙ୍କୁ ଜଗତପୁର ପୋଳିସ ତାଙ୍କ ଗାଁ ପଶ୍ଚିମକଚ୍ଛକୁ ନେଇଛି । ସୂଚନାଯୋଗ୍ୟ, ୨୦୧୬ ମସିହା ଡିସେମ୍ବର ୧୫ ତାରିଖରେ କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଚ୍ଛ ଗାଁରୁ ସଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନଙ୍କୁ ଗିରଫ କରିଥିଲା କମିଶନରେଟ ପୋଲିସ ଓ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ । ଅବଦୁର ଅଲକାଏଦା ଇଣ୍ଡିଆନ୍ ସବ୍ କଣ୍ଟିନେଣ୍ଟ (,କୁ୍ୟଆଇଏସ୍)ର ସଦସ୍ୟ ବୋଲି ଜଣାପଡିଥିଲା । ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୋଲିସ କହିଥିଲା । ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ , ଟାବଲେଟ୍ ଓ ପାସ୍ପୋଟ୍ ଜବତ ହୋଇଥିଲା ।
Comments are closed, but trackbacks and pingbacks are open.