ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ଫରେଷ୍ଟ କଲୋନୀରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ହାତୀ ଘଉଡ଼ାଇବା ସ୍କ୍ୱାଡର ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କ ନାଁ ସୁଜିତ ନାୟକ । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁସାରେ, ଫରେଷ୍ଟ କଲୋନୀର ଏକ ଘରେ ହାତୀ ଘଉଡାଇବା ପାଇଁ ବାଣ ସବୁ ରଖାଯାଇଥିଲା । ଆଜି ସକାଳେ ସୁଜିତ ସେହି ଘରକୁ ଯାଇଥିଲେ । ହଠାତ୍ ସେଠାରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଘରର ଆଜବେଷ୍ଟ ଉଡିଯାଇଥିବା ବେଳେ ନିକଟରେ ଥିବା ଘରର କାନ୍ଥ ସବୁ ଫାଟି ଯାଇଛି । ଏହାସହ ଫରେଷ୍ଟ କଲୋନୀର କିଛି ଲୋକଙ୍କ ଆସବାବ ପତ୍ର ମଧ୍ୟ ନଷ୍ଟ ହୋଇଯାଇଛି ।
Comments are closed, but trackbacks and pingbacks are open.