ଚିକୁନ ବିଶ୍ୱାଳଙ୍କ ହତ୍ୟା ମାମଲା: ୫ ଗିରଫ

Get real time updates directly on you device, subscribe now.

ଢ଼େଙ୍କାନାଳ: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ଚିକୁନ ବିଶ୍ୱାଳ ହତ୍ୟା କାଣ୍ଡ ମାମଲାରେ ୫ଜଣ ଅଭିଯୁକ୍ତଙ୍କୁ ସଦର ପୁଲିସ୍‌ ଗିରଫ କରିଛି । ଏହି ହତ୍ୟା ମାମଲାରେ ମୋଟ ୧୧ ଜଣ ସଂପୃକ୍ତ ଥିବା ପୁଲିସ୍‌ ତଦନ୍ତରୁ ଜଣା ପଡିଥିବା ପ୍ରକାଶ କରିଛନ୍ତି ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ। ଅପର ପକ୍ଷରେ ହତ୍ୟାକାଣ୍ଡରେ ବ୍ୟବହୃତ ରକ୍ତଲଗା ଠେଙ୍ଗା ,ପଥର ଆଦିକୁ ଜବତ କରିଛି ପୁଲିସ ।
ଗିରଫ ମାନଙ୍କ ମଧ୍ୟରେ ପେଷାଦାର ଅପରାଧୀ ଢେଙ୍କାନାଳ ସହର ବାଜିଚୌକର ବଳି ଓରଫ ଶ୍ରୀକାନ୍ତ ରଣା ଓ କାଙ୍କଡ଼ପାଳର ଲିପୁନ ସାମଲ ସମେତ ପ୍ରଶାନ୍ତ ସାହୁ,ବ୍ରହ୍ମାନନ୍ଦ ସାମଲ,ଅଜୟ ସାହୁ ଅନ୍ତର୍ଭୁକ୍ତ । ଗିରଫ ବଳି ନାମରେ ଗୁଳିକାଣ୍ଡ ଠାରୁ ଆରମ୍ଭ କରି ଜଂଘନ୍ୟ ଅପରାଧ ଭଳି ୧୩ଟି ମାମଲା ଓ ଲିପୁନ ନାମରେ ୮ଟି ମାମଲା ରହିଥିବା ପୁଲିସ ସୂଚନା ଦେଇଛି ।
ଗତ ୧୪ ତାରିଖରେ ସାମାନ୍ୟ ବଚସାରୁ ତରଭା ଗ୍ରାମର ଚିକୁନ ବିଶ୍ୱାଳକୁ ଉଠାଇ ନେଇ ଥିଲେ । ପରେ ସଦର ଥାନା ଅନ୍ତର୍ଗତ ରାଇପୁର ଜଙ୍ଗଲରେ ଅତି ନୃଶଂସ ଭାବେ ତାକୁ ପିଟି ପିଟି ପଥରରେ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଅଭିଯୁକ୍ତ ମାନେ ଫେରାର ଥିଲେ। ତେବେ ମୃତ ଚିକୁନଙ୍କ ପରିବାରର ଅଭିଯୋଗ ମୁତାବକ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ହତ୍ୟା କାଣ୍ଡରେ ୧୧ ଜଣ ସଂପୃକ୍ତ ଥିବା ବେଳେ ଅବଶିଷ୍ଟ ୬ଜଣ ଫେରାର ଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons