କରୋନା ଭୟରେ ହସ୍ପିଟାଲରୁ ଡାକ୍ତର ଫେରାର

Get real time updates directly on you device, subscribe now.

ସାନଖେମୁଣ୍ଡି: କରୋନା ଭୟରେ ହସ୍ପିଟାଲରୁ ଛାଡ଼ି ଫେରାର ହୋଇଗଲେ ୨ ଜଣ ଡାକ୍ତର। କରୋନା ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ଜିଲ୍ଲାଶୀର୍ଷରେ ରହିଛି। ଏହି ସମୟରେ ଲୋକମାନଙ୍କୁ ସ୍ବାସ୍ଥ୍ୟାବସ୍ଥା ବୁଝିବେ କଣ, ଖୋଦ୍ ଡାକ୍ତର ଖୋଦ୍ ନିଜେ କୁଆଡ଼େ ଫେରାର ହୋଇଯାଇଛନ୍ତି। ସାନଖେମୁଣ୍ଡି ବ୍ଲକ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୮ ଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିଥିଲେ। ଏହା ପରେ ନୂଆ କରି ହସ୍ପିଟାଲରେ ଯୋଗ ଦେଇଥିବା ୨ ଡାକ୍ତର ପୁନମ ଦାସ ଏବଂ ପ୍ରିତମ ମହାପାତ୍ର ଦୀର୍ଘ ୨୫ ଦିନ ହେବା କାର୍ୟ୍ୟରେ ଯୋଗ ଦେଇ ନାହାନ୍ତି।ତେବେ ହସ୍ପିଟାଲର ଡାକ୍ତର, ଫାର୍ମାସିଷ୍ଟ୍‌ଠୁ ନେଇ ଅଟେଣ୍ଡାଡ଼, ନର୍ସ, ଅମ୍ଭୁଲାନ୍ସ ଡ୍ରାଇଭର, ପର୍ୟ୍ୟନ୍ତ ସମସ୍ତେ କରୋନା ଆକ୍ରାନ୍ତ ହୋଇଥିଲେ। କରୋନା ଭୟରେ ଦୁଇ ଡାକ୍ତର ଫେରାର ଅଛନ୍ତି । ତେବେ ଏ ନେଇ ମେଡିକାଲ ସୁପରିଟେଣ୍ଡେ ଯୋଗାଯୋଗ କରିବାରୁଏହି ୨ ଡାକ୍ତର ଆସିବେ ନାହିଁ ବୋଲି ମନା କରିଥି​‌ଲେ। ଏହି ଘଟଣା ସଂପର୍କରେ ମେଡିକାଲ ଇନ୍‌ଚାର୍ଜ ବାହାନ ଦାସ CDMOଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons