କୋରେଇ,(ବି.ବି.ନ୍ୟୁଜ୍): ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବଙ୍କ ନିର୍ଦ୍ଦେଶକୁ ବେଖାତିର୍ କରି ଆଜି ଜଣେ ଛାତ୍ରଙ୍କୁ ସପ୍ଲିମେଣ୍ଟାରୀ ପରୀକ୍ଷାରୁ ବଞ୍ôଚତ କରାଯାଇଥିବା ଅଭିଯୋଗ ହୋଇଛି । ଜନୈକ ଛାତ୍ରର ଡାହାଣ ହାତଟି ଦୁର୍ଘଟଣାରେ ଭାଙ୍ଗି ଯିବା ପରେ ସେ ପରୀକ୍ଷା ଦେବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରସ୍ଥ ହୋଇଥିଲେ । ମାଧ୍ୟମିକ ଶିକ୍ଷା ପରିଷଦର ଉପସଚିବ ଛାତ୍ରଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ତାକୁ ପରୀକ୍ଷାରେ ଜଣେ ସହାୟକ ଓ ଅଧିକ ସମୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ବଳରେ ଛାତ୍ରଜଣକ ଆଜି ସପ୍ଲିମେଣ୍ଟାରୀ ପରୀକ୍ଷା ଦେବାକୁ ଯାଇଥିଲେ । ହେଲେ ସୁପରିନଟେଣ୍ଡେଣ୍ଟ୍ ଏହି ନିର୍ଦ୍ଦେଶକୁ ନମାନି ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କହିଥିଲେ । ଛାତ୍ର ଓ ତାଙ୍କ ଅଭିଭାବକ ଏ ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଚିଠି ଦେଖିବା ସହ ଘଟଣା ସଂପର୍କରେ ଅବଗତ ହୋଇଥିଲେ ମଧ୍ୟ ଛାତ୍ରଙ୍କୁ ପରୀକ୍ଷା ପାଇଁ ଅନୁମତି ଦେଇନଥିଲେ । ଫଳରେ ଛାତ୍ରଜଣକ ପରୀକ୍ଷାରୁ ବକ୍ôରତ ହୋଇ କାନ୍ଦି କାନ୍ଦି ଘରକୁ ଫେରିଥିଲେ ।
ସୂଚନା ମୁତାବକ, କୋରେଇ ବ୍ଲକ ଅନ୍ତର୍ଗତ ସାଦକପୁର ପକ୍ରାୟତ ଝାଡ଼ୁଆମହଲା ଗ୍ରାମର ଜଲାଲ ଖାଁଙ୍କ ପୁଅ ହସ୍ନେନ୍(୧୬) କୋରେଇ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ଚଳିତ ବର୍ଷ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ । ଦୁର୍ଭାଗ୍ୟବଶତଃ କିଛି ଦିନ ପୂର୍ବରୁ ଏକ ଦୁର୍ଘଟଣାରେ ତାଙ୍କ ଡାହାଣ ହାତଟି ଭାଙ୍ଗି ଯାଇଥିଲା । ତାଙ୍କ ହାତ ପ୍ଲାଷ୍ଟର ହୋଇଥିବାରୁ ସେ ଉକ୍ତ ହାତରେ ପରୀକ୍ଷା ଦେବା ସମ୍ଭବପର ହୋଇପାରିନଥିଲା । ଏହାକୁ ନେଇ ସେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କ ଠାରୁ ପରାମର୍ଶ ଲୋଡ଼ିଥିଲେ । ଶ୍ରୀ ବିଶ୍ୱାଳ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଠାରୁ ପ୍ରମାଣ ପତ୍ର ଆଣି ମାଧ୍ୟମିକ ଶିକ୍ଷା ପରିଷଦ ନିକଟରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ଛାତ୍ରଙ୍କ ଅଭିଭାବକ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରୁ ପ୍ରମାଣ ପତ୍ର ଆଣି ମାଧ୍ୟମିକ ଶିକ୍ଷା ପରିଷଦକୁ ଯାଇଥିଲେ । ସେଠାରେ ଉପ ସଚିବ ଚଳିତ ମାସ ୬ ତାରିଖରେ ପତ୍ର ସଂଖ୍ୟା ୨୪୮ ମାଧ୍ୟମରେ ଛାତ୍ର ହସ୍ନେନ୍କୁ ପରୀକ୍ଷାରେ ଜଣେ ସହାୟକ ଓ ଅଧିକ ସମୟ ପ୍ରଦାନ ପାଇଁ ଅନୁମତି ପ୍ରଦାନ କରିଥିଲେ ।
ଆଜି ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହୋଇଥିବାରୁ ହସ୍ନେନ ଜଣେ ସହାୟକଙ୍କୁ ଧରି ତାଙ୍କ ପରୀକ୍ଷା କେନ୍ଦ୍ର ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହକ୍ôରଥିଲେ । ସେଠାରେ ସୁପରିନ୍ଟେଣ୍ଡେଣ୍ଟ୍ଙ୍କୁ ବୋର୍ଡରୁ ଆଣିଥିବା ପତ୍ର ଦେଖାଇଥିଲେ । ହେଲେ ସୁପରିନ୍ଟେଣ୍ଡେଣ୍ଟ ଏହାକୁ ଗ୍ରହଣ ନକରି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇବା ପାଇଁ କହିଥିଲେ । ଯାହାକୁ ନେଇ ଛାତ୍ର ଓ ତାଙ୍କ ଅଭିଭାବକଙ୍କ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପତ୍ର ଦେଖିବା ପରେ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ସିଧାସଳଖ ପ୍ରକାଶ କରିଥିଲେ । ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ଠାରୁ ଅନୁମତି ଆଣିଲେ ପରୀକ୍ଷା ହଲ୍ରେ ପ୍ରବେଶ କରାଇବୁ ବୋଲି ଶିକ୍ଷାଧିକାରୀ କହିଥିଲେ । ପରୀକ୍ଷା ଆରମ୍ଭ ହୋଇଯାଇଥିବା ବେଳେ ହଠାତ୍ ବୋର୍ଡ କାର୍ଯ୍ୟାଳୟ, କଟକ ଯାଇ ପରୀକ୍ଷା ନିୟନ୍ତ୍ରକଙ୍କ ଅନୁମତି ଆଣି ପରୀକ୍ଷା ଦେବା ହସ୍ନେନ୍ଙ୍କ ପକ୍ଷେ ସମ୍ଭବପର ହୋଇପାରିନଥିଲା । ବହୁ କାକୁତିମିନତୀ ହୋଇଥିଲେ ବି ତାଙ୍କ କଥାକୁ ଶିକ୍ଷାଧିକାରୀ ଶୁଣି ନଥିଲେ । ଶେଷରେ ବାଧ୍ୟ ହୋଇ ସେ ଘରକୁ ଫେରିଥିଲେ । ଏସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ଯେକୌଣସି ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଅନ୍ୟ ଜଣେ ପରୀକ୍ଷା ଦେଇ ପାରିବାର ନିୟମ ରହିଛି । କୌଣସି ହାତ ଭାଙ୍ଗିଥିବା ବା ଆହତ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ୟ କେହି ପରୀକ୍ଷା ଦେବାର ନିୟମ ନାହିଁ । ଏଥିରେ ମଧ୍ୟ ନିର୍ଦ୍ଦେଶ ରହିଛି ଯେ, ଏହାର ଯାକ୍ର ପରୀକ୍ଷା ନିୟନ୍ତ୍ରକ କରିବେ । ପରୀକ୍ଷା ନିୟନ୍ତ୍ରକ ଯାକ୍ର କରିଥିଲେ ଓ ମୁଁ ମାଧ୍ୟମିକ ପରିଷଦ ସହ ଆଲୋଚନା କରିବା ପରେ ପରୀକ୍ଷା ନଦେବା ପାଇଁ ନିଷ୍ପତ୍ତି କରାଯାଇଥିଲା ।
ଏଠାରେ ପ୍ରଶ୍ନ ଉଠିଛି ଯେ, ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପରୀକ୍ଷା ନିୟନ୍ତ୍ରକଙ୍କ ନିର୍ଦ୍ଦେଶର ଆବଶ୍ୟକତା କିପରି ରହିଛି । ଯଦି ଉପସଚିବଙ୍କ ନିର୍ଦ୍ଦେଶ ଗ୍ରହଣୀୟ ନୁହେଁ ତେବେ ସେ ପତ୍ର ପ୍ରେରଣ କରୁଥିଲେ କାହିଁକି? ସେ ଏହାକୁ ଯାକ୍ର କରିବା ପାଇଁ ପରୀକ୍ଷା ନିୟନ୍ତ୍ରକଙ୍କୁ କାହିଁକି ନିର୍ଦ୍ଦେଶ ଦେଲେ ନାହିଁ । ଏବେ ଛାତ୍ରଜଣକ ପରୀକ୍ଷା ଦେବାରୁ ବକ୍ôରତ ହେବା ପରେ ଗୋଟିଏ ବର୍ଷ ତାଙ୍କର ସଂପୂର୍ଣ୍ଣ ନଷ୍ଟ ହେବ । ଏଥିପାଇଁ ଦାୟୀ କିଏ ରହିବେ । ଯାଜପୁର ଜିଲ୍ଲାପାଳ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି । ନଚେତ୍ ଆଗାମୀ ଦିନରେ ଛାତ୍ରଜଣକ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।
Comments are closed, but trackbacks and pingbacks are open.