ଗୁଣି ସନେ୍ଦହରେ ଦମ୍ପତିଙ୍କୁ ହତ୍ୟା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ୍): ମାଲକାନଗିରି ସଦର ବ୍ଲକର ଚାଲାଣଗୁଡା ପଞ୍ଚାୟତରେ ଘଟିଛି ଅମାନବୀୟକାଣ୍ଡ । ଗୁଣିଗାରେଡି ସନେ୍ଦହରେ ପେଣ୍ଡାଲଗୁଡା ଗାଁର ଆଦିବାସୀ ଦମ୍ପତିଙ୍କୁ କରାଯାଇଛି ହତ୍ୟା । ମୃତକ ହେଲେ ସୋମା ମାଢ଼ି(୫୦) ଓ ତାଙ୍କ ସ୍ତ୍ରୀ ଶୁକ୍ରି ମାଢ଼ି(୪୫) । ଶନିବାର ସକାଳେ ସୋମାଙ୍କ ପୁଅ ମୁକା ମାଢ଼ି ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ହତ୍ୟା ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଗାଁର ଲାଖମା ମାଡ଼କାମି ଓ ମୁକା ମାଡ଼କାମି । ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପେଣ୍ଡାଲଗୁଡା ଗାଁର ସୋମା ଖାଇସାରି ଘର ବାରଣ୍ଡାରେ ଶୋଇଥିଲେ । ହଠାତ୍ ଗାଁର ମୁକା ମାଡ଼କାମୀ ଓ ଲାଖମା ତାଙ୍କ ଘରେ ପହଞ୍ଚିଥିଲେ । ନାନା ଗାଳିଗୁଲଜ କରିଥିଲେ । ଗୁଣିକରି ସେମାନଙ୍କ ପିଲାଙ୍କୁ ମାରିଦେଇଥିବା ଅଭିଯୋଗ କରି ସୋମାଙ୍କୁ ଆକ୍ରମଣ କରିଥିଲେ । ଚିକ୍ରାର ଶୁଣି ତାଙ୍କ ସ୍ତ୍ରୀ ଶୁକ୍ରି ଘର ଭିତରୁ ବାହାରି ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ନିସ୍ତୁକ ମାଡ଼ ମରାଯାଇଥିଲା । ଘଟଣାସ୍ଥଳରେ ଦମ୍ପତିଙ୍କ ମୃତୁ୍ୟ ହୋଇଯାଇଥିଲା । ସେଠାରେ ପହଞ୍ଚିଥିଲେ ଗ୍ରାମବାସୀ ଓ ସୋମାଙ୍କ ପୁଅ ମୁକା ମାଢି । ଅଭିଯୁକ୍ତମାନଙ୍କୁ ବାନ୍ଧି ପକାଇଥିଲେ । ଆଜି ମୁକା ମାଢ଼ି ଥାନାରେ ଏତଲା ଦେବା ପରେ ଏସ୍ଡିପିଓ ପ୍ରହଲ୍ଲାଦ ମୀନା, ଥାନା ଅଧିକାରୀ ଶ୍ରୀ ନାଗ ବିଭାଗୀୟ କର୍ମଚାରୀଙ୍କୁ ନେଇ ଗାଁରେ ପହଞ୍ଚିଥିଲେ । ମୃତଦେହ ଦୁଇଟିକୁ ଜବତ କରି ଜିଲ୍ଲା ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଗ୍ରାମବାସୀ ଅଟକ ରଖିଥିବା ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତମାନେ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।
ସୂଚନାଥାଉକି, କିଛି ମାସ ତଳେ ଲଖମାଙ୍କ ୮ ବର୍ଷର ଝିଅର ମୃତୁ୍ୟ ହୋଇଥିଲା । ସେହିଦିନଠାରୁ ଲଖମା ଓ ମୁକା ମାଡ଼କାମିଙ୍କ ଗୋଡ଼ ଫୁଲି ରହିଥିଲା । ସୋମା ଗୁଣିକରି ତାଙ୍କ ଝିଅକୁ ମାରିଦେବା ସହ ସେମାନଙ୍କୁ ମଧ୍ୟ ଗୁଣି କରିଥିବା ସନେ୍ଦହ କରି ଆକ୍ରମଣ କରିଥିବା ପୁଲିସ୍ ତଦନ୍ତ ବେଳେ ପ୍ରକାଶ କରିଛନ୍ତି । ଏ ସଂପର୍କରେ ମାଲକାନଗିରି ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି । ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି ।
ସୂଚନା ଥାଉକି, କିଛିଦିନ ତଳେ ମୋଟୁ ଥାନା ଅଞ୍ଚଳରେ ଗୁଣି ସନେ୍ଦହରେ ମା’ଓ ଝିଅଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଘଟଣାସ୍ଥଳରେ ମା’ର ମୃତୁ୍ୟ ଘଟିଥିବା ବେଳେ ଝିଅ ଏବେ କୋରାପୁଟ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଅନ୍ଧବିଶ୍ୱାସକୁ ନେଇ ଜିଲ୍ଲାରେ ଏଭଳି ହତ୍ୟାକାଣ୍ଡ ବାରମ୍ବାର ଘଟିଚାଲିଛି କିନ୍ତୁ କିଛି ପ୍ରତିକାର କରାଯାଉନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons